STORYMIRROR

SUKANTA KHANDA

Others

3  

SUKANTA KHANDA

Others

ରଥ ଯାତରା

ରଥ ଯାତରା

1 min
182

ରଥ ଯାତରାରେ ରଥ ଯାତରା

ଆସିକି ମରତେ ଦେଉଛୁ ଧରା।୧


ତୋର ଆଗମନେ ମନ ମନ୍ଦିର

ଅଥୟ ହେଉଛି ମୋ ଆଈଙ୍କର।୨


ଚାଲିପାରୁ ନାହିଁ ତଥାପି ନିଶା

ତୋ ପାଖରେ ତାର ଆଶା ଭରସା।୩


କେତେ ବରଷ ସେ ଯାଇ ଦେଖିନି

କରୋନା ପାଇଁକି ତୁଣ୍ଡ ଖୋଲିନି।୪


ଏଥରକ ଯିବ ରଥକୁ ତାର

ସଜାଡି଼ଛି ମଧ୍ୟ ମନ ମନ୍ଦିର।୫


କହି ସାରିଲାଣି ପୁଅ ବୋହୂଙ୍କୁ

ଦେଖେଇ ଆଣିବ ତାର ପ୍ରଭୁଙ୍କୁ।୬


ଯିବ ଆଈ ମୋର ହେ ଜଗନ୍ନାଥ

ସୁଦୟା କରିଲେ ଯିବ ତା ରଥ।୭


ତା ରଥ ତୋ ରଥ ସମ୍ମୁଖୀନରେ

କିଛି ସେ କହିବ ଭକତି ଭରେ।୮


ଆଶାର ଆଲୋକ ତେଜିଛି ଆଜି

ଭାରି ଛଟପଟ ନ ଦେବ ଭାଜି।୯


ପରଣାମ ଘେନ ହେ ଜଗନ୍ନାଥ

ମୁଁ ତାର ନାତିଆ ଯୋଡୁଛି ହାତ।୧୦

     



Rate this content
Log in