ରଥ ଯାଏ ଗଡି ଗଡି
ରଥ ଯାଏ ଗଡି ଗଡି
ରଥ ଯାଏ ଗଡି ଗଡି ଲୋ
ରଥ ଯାଏ ଗଡି ଗଡି
ବଡଦାଣ୍ଡ ଧୂଳି ଉଠେ ଉଡ଼ି ଉଡ଼ି
ପଣ୍ଡାଙ୍କର ରଡା ରଡି ଲୋ
ପଣ୍ଡାଙ୍କ ର ରଡା ରଡି…
ଭକତଙ୍କ ଭାରି ଜମା ଲୋ
ଭକତଙ୍କ ଭାରି ଜମା
କାଳିଆ ବଳିଆ ଯିବେ ଦୁଇ ଭାଇ
ସାଙ୍ଗରେ ସୁଭଦ୍ରା ଜେମା ଲୋ
ସାଙ୍ଗରେ ସୁଭଦ୍ରା ଜେମା….
ରଥ ଟାଣି ଟାଣି ନେବେ ଲୋ
ରଥ ଟାଣି ଟାଣି ନେବେ
ଘଣ୍ଟ ବାଜିଲାଣି ହେଇ ଘଣ ଘଣ
ଗୁଣ୍ଡିଚା ଘରକୁ ଯିବେ ଲୋ
ଗୁଣ୍ଡିଚା ଘରକୁ ଯିବେ….
ଭଗତେ ଭଗତେ ଡାକ ଲୋ
ଭଗତେ ଭଗତେ ଡାକ
ଜଗା କାଳିଆକୁ ଡାହୁକର ଡାକ
ବରଷା ଦେଉଛି ବୋକ ଲୋ
ବରଷା ଦେଉଛି ବୋକ….
ଭାବ ଡୋରି ଯାର ବନ୍ଧା ଲୋ
ଭାବରେ ଭାବରେ ବନ୍ଧା
ଭକତ ଭାସ୍ୱର ଭାବଗ୍ରାହୀଶ୍ଵର
ଆଣିଛନ୍ତି ବଳାହକ ଲୋ
ବର୍ଷା ଢାଳି ଦେଇଯିବ ।
ଆଷାଢରେ ତାତି ଗତ ଲୋ
ସୁଧା ରସେ ଭକ୍ତ ମୁଖ
ଭସା ମେଘ ଏବେ ଢାଙ୍କିଲାଣି ଦେଖ
ଶ୍ରୀ ମୁଖକୁ ବଳାହକ ଲୋ
ଶ୍ରୀ ମୁଖକୁ ବଳାହକ….
ଘିଡି ଘିଡି ଘିଡି ତାଧିଡି ଧିଡି
ରଥ ରାବେ ଗିଡି ଗିଡି
ମନ ଭରି ଭରି ଦେଖରେ ଭଗତେ
ଆଉ ନାହିଁ ବେଳ ଘଡି ଲୋ
ରଥ ଯାଏ ମାଡି ମାଡି….
ରଥ ଯାଏ ଗଡି ଗଡି ଲୋ
ଭକ୍ତଙ୍କର ତଡା ତଡି
ଦରଶନ ପାଇଁ ଭକ୍ତ ହାଇ ପାଇଁ
ଦେବତା ବି ଭିଡାଭିଡି ଲୋ
ଦେବତା ବି ଭିଡି ଭିଡି….
କୋଟି ଭକ୍ତ ଦେଖୁଛନ୍ତି ଲୋ
ରଥାରୂଢ ଶ୍ରୀମୂଖକୁ
ଚାହାଣିରୁ ସତେ ଝରୁଛି ଅମୃତ
ତୋଷ ହୋଇ ଯିବ ଚିତ୍ତ ଲୋ
ପାଇଯିବେ ବୈକୁଣ୍ଠକୁ
ପ୍ରଶାନ୍ତ କୁମାର ହୋତା …
