STORYMIRROR

puja pradhan

Others Children

4  

puja pradhan

Others Children

ରସ ଗୋଲା

ରସ ଗୋଲା

1 min
133

ଧୋବ ଧଳିଆ ରସରସିଆ

   ଖାଇବାକୁ ଲାଗେ ଭଲ

କିଏ ଖାଇବ କିଏ ଖାଇବ

   ବେଗି ବେଗି ହୋଇ ଚାଲ

ଚାଲିଲା କୁନା ଚାଲିଲା କୁନି

  ପଛରେ ଧାଇଁଲେ ମୁନା ଓ ମୁନି

ସଭିଙ୍କ ମନରେ ଗୋଟେ ଭାବନା

  କଣ ଆଣିଛି ଆମ ଭାଇନା

ନାନୀ କହୁଥିଲେ ନରମ ନରମ ଧୋବ ଧଳିଆ

   ଖାଇବାକୁ ଭାରି ଭଲଲାଗେ ରସରସିଆ ।

ନରମ, ନରମ ଦେହଟି ତାର

  ରସ ବୋହୁ ଥାଏ ବାର ବାର

ପିଲାଠାରୁ ବଡ଼ ସଭିଙ୍କ ମନରେ

    ଗୋଟିଏ ଚିନ୍ତା

କିପରି ଖାଇବେ ସଭିଙ୍କ

    ମୁହଁ ରେ ଗୋଟିଏ କଥା

ଆଣିଲା ନାନୀ ସଭିଙ୍କ ପାଇଁ

   ରସ ରସିଆ ମିଠେଇ

ଚାତକ ପରି ସଭିଏଁ

   ରହିଥିଲୁ ଏକ ଲୟରେ ଅନେଇ ।

କହିଲା କୁନା କୁହ ଭାଇନା

  କଣ ଏ ରସ ରସିଆ ମିଠେଇ

ପାଟିରୁ ବହି ଯାଉଛି ଲାଳ

   ତାକୁ ଅନେଇ ଅନେଇ ।

ହସିଲା ନାନୀ ଶୁଣରେ ପିଲେ

   ଏ ହେଉଛି ରସଗୋଲା

ଖାଇବା ପାଇଁ ତାକୁ ସବୁଠି

   ଚାଲିଛି ଠେଲା ପେଲା।

ସହର ଠାରୁ ଗାଁ ପର୍ଯ୍ୟନ୍ତ

   ଚାଲିଛି ଏଠି ଭିଡ଼

ବାନ୍ଧି ରଖିଛି ସଭିଙ୍କ ମନ

  ମିଠା ରସରେ ତାହାର ।

ଫୁଲ ଫୁଲିଆ, ଗୋଲ ଗାଲିଆ

   ନରମ ସେ ରସଗୋଲା

ଖାଅରେ ପିଲେ ସଭିଏଁ ମିଶି

    ହୁଅନି ଠେଲା ପେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍