STORYMIRROR

Banamali Pattanaik

Others

3  

Banamali Pattanaik

Others

ୠତୁରାଜ ବସନ୍ତ

ୠତୁରାଜ ବସନ୍ତ

1 min
174

ଆଗମନ କରି ବସନ୍ତ ମଳୟ

ଖୁସି ମନେ ଭରିଦେଲା ।

ବସନ୍ତ ରାଜାକୁ ଦେଖି ପ୍ରଜାପତି

ଫୁଲ ପ୍ରେମେ ବାଇହେଲା ।।

ଗୁଣୁଗୁଣୁ ଏଠି ଭ୍ରମର ସଙ୍ଗୀତ

ଶୁଣିବାକୁ ଭଲଲାଗେ ।

ବସନ୍ତ ଋତୁର ପରିବେଶ ଦେଖି

ମନରେ ଉତ୍କଣ୍ଠା ଜାଗେ ।।

ଆହାକି ସୁନ୍ଦର ସବୁଜିମା ତୋର

ସୁନ୍ଦର ତୋ ପରିବେଶ ।

ନାନା ଜାତି ଫୁଲେ ପୁଷ୍ପିତ ଏ ଧରା

ସଭି ମୁଖ ହସ ହସ ।।


Rate this content
Log in