STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ରୋକ୍-ଠୋକ୍

ରୋକ୍-ଠୋକ୍

1 min
202


ଗହନ କଥାରେ ବହନ ମନ୍ତବ୍ୟ 

ବଡ଼କୁହା ପଣ ପାଇଁ କି,

ଚଞ୍ଚଳେ ଚର୍ଚ୍ଚିତ ହେବାର ଆକାଂକ୍ଷା 

ଲୋକ ହସା କରୁ ନାହିଁ କି।।


ନଡ଼ା ଜଳେଇଲେ ପାଉଁଶ ଉଡିବ

ପବନର କିବା ଦୋଷ

ଧାନ ବାମ୍ଫଉଛି ପଉଷ ସକାଳେ

ଓଲ ଶିଝେବ ଆସ।


ଛତା ରଖିଥିଲି ଅଟାରୀ ଉପରେ

ମୂଷା କତରେଇ ଗଲା

ବାହାଘର ଭୋଜି ହୋଟେଲରେ କଲି

ବାଇଗଣ ଗଛ ମଲା।।


ବାଆ ମୁହାଁ କରି ଛତା ଧାରିଥିଲି

ପାଗ ବଦଳିବା ଦେଖି,

ମଉସୁମୀ ଗଲା ଚାଷି ହତାସିଆ

ଶୁଖିଲା କ୍ଷେତକୁ ଦେଖି।


କାନି ଉଡ଼ିଗଲା ପବନ ମୁହାଁ ଲୋ

ଭକୁଆ ରସିକ ଟୋକା

ପାଞ୍ଚ ଟଙ୍କା ଥାଳି ଜନ ଆହାର ଲୋ

ଧାଡିରେ ଠିଆ ହେଇ ଥା।।


ପତାକା ଉଡୁଛି ଗାଁ ମୁଣ୍ଡରେ ଲୋ

ହାତ ହାତୀ ପଦ୍ମ ଫୁଲ

ଉଜୁଡା ମନ୍ଦିରେ ଚୂନ ଲାଗିଲାଣି

କୁଜି ନେତା ମାଲାମାଲ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍