STORYMIRROR

Bauribandhu Lenka

Others

5.0  

Bauribandhu Lenka

Others

ଋଣୀ ନୁହେଁ ସେ

ଋଣୀ ନୁହେଁ ସେ

1 min
13.3K


ଯେତିକି କନ୍ଦାଇ ଛାଡିଗଲ ଗୋପେ

ରାଧାରାଣୀ ବ୍ରଜାଙ୍ଗନାଙ୍କୁ

ସେତିକି କାନ୍ଦିଲ ଦ୍ୱାରକା ନଗରେ

ଦେଖିଣ ସଖା ସୁଦାମାକୁ॥୧॥

ତ୍ରେତାରେ ସୁଦାମା କୈବର୍ତ୍ତ ଜନମେ

ଧୋଇଥିଲା ତୁମ ଚରଣ

ଶୁଝିଦେଲ ୠଣ ଧୋଇ ସଖା ପଦ

ଢାଳି ଲୋତକର ଶ୍ରାବଣ॥୨॥

ଋଣୀ ହୋଇ କେବେ ରୁହ ନାହିଁ ବୋଲି

ଜାଣିଅଛି ଏହି ଜଗତ

କୈବର୍ତ୍ତର ୠଣ ସୁଝିଲ ଦ୍ୱାପରେ

ତ୍ରେତା ହୋଇଗଲା ସମାପ୍ତ॥୩॥ ********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍