STORYMIRROR

Jagabandhu Sahu

Others

3  

Jagabandhu Sahu

Others

ରଣ ହୁଙ୍କାର

ରଣ ହୁଙ୍କାର

1 min
44

ଶୁଣରେ ପିଲେ    ଯୁଦ୍ଧ ଡାକରା

     ଥରାଇ ଦିଏ ଛାତି

ରଣ ହୁଙ୍କାରେ     ରଣ ଭୂଇଁରେ

    ସବୁ ଯେ ହେବ ମାଟି

ଶତୃ ସେନାକୁ    ବିନାଶ କରି

     ଭାରତ ସେନା ଆମ

ଫେରିବେ ନେଇ   ବିଜୟ ଧ୍ବଜା

      ବଢେଇ ସନମାନ

ଆକାଶେ ଉଡେ   ଯୁଦ୍ଧ ଯାହାଜ

     ବାଦଲ ଛାତି ଚିରି

ଚିନ୍ ଭାରତ     ଯୁଦ୍ଧ ବିଷୟ

    ସବୁଠି ହେଲାଣି ହୁରି

ଲଦାଖ ଟିକୁ   ମୋହର ବୋଲି

     କହେ ଚାଇନା ଆସି

ଭାରତ ସାଙ୍ଗେ   ଯୁଦ୍ଧ କରିଲେ

    ଯିବ ତା' ଦେଶ ଭାସି

ଭାରତ ସାଙ୍ଗେ ପଙ୍ଗା ନେଲେ ସେ

     ଭାଙ୍ଗିବ ମେରୁ ଦଣ୍ତା

ତେବେ ଯାଇକି   ନାମ ନେଇକି

     ବୁଲିବ ହୋଇ ନଣ୍ତା

ଲଦାଖ ଆଶା    ଛାଡିଦେ ମୁର୍ଖ

    ଦେବାନି ଆମେ ଇଞ୍ଚେ

କିଛିବି କ୍ଷତି    କରି ପାରିବନି

    ଯେତେ ବି ମନ୍ଦ ପାଞ୍ଚେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍