ରଙ୍ଗର ପସରା
ରଙ୍ଗର ପସରା
1 min
240
ଆସିଛି ଆଜି ଋତୁରାଜ ବସନ୍ତ ରଙ୍ଗର ପସରା ନେଇ,
ନାଲି ନୀଳ ସବୁଜ ରଙ୍ଗର ଇନ୍ଦ୍ରଧନୁ ସାଥିରେ ସଜାଇ..!!
ଭାଇଚାରାର ମହକ ଖେଳାଇ ଦୂରେଇ ପାତର ଅନ୍ତର,
ଖୁସିର ଲହରୀ ଲହରିତ ହୁଏ ବରଷେ ଉଲ୍ଲାସ ଝର..!!
ଦୋଳ ମେଲଣରେ ରାଧା ଗୋବିନ୍ଦ କି ସୁନ୍ଦର ଆହା ଦିଶନ୍ତି,
ଗୋପାଳ ପୁଅ ଅବିର ସହିତ ଆନନ୍ଦେ ଲଉଡି ଖେଳନ୍ତି..!!
ମନର ମଇଳା ଧୋଇ ଦିଅନ୍ତୁ ସ୍ନେହ ପ୍ରେମ ପରଶରେ,
ସମ୍ପର୍କର ରଙ୍ଗରେ ଲେପି ଦିଅନ୍ତୁ ଜୀବନର ପ୍ରାଙ୍ଗଣରେ..!!
