STORYMIRROR

Ajit Kumar Raut

Others

3  

Ajit Kumar Raut

Others

ରଙ୍ଗମୟ ହେବ ବିଚ୍ଛିନ୍ନାଚଳ

ରଙ୍ଗମୟ ହେବ ବିଚ୍ଛିନ୍ନାଚଳ

1 min
227

ଟାଁଗରାଣୀ ବାନା ପବିତ୍ର ଗାଆଁରେ

ଗୀତା ଯଜ୍ଞ ହୁଏ ଏଠି, 

କଳାବାଡିଆ ଓ କାଁକୀ ଗାଆଁ ମଧ୍ୟ

ଯୋଡି ରହି ଅଛି ଏଠି।୧। 


ଫଗୁଣ ମାସର ପୂର୍ଣ୍ଣିମାର ତିଥି

ପୂର୍ଣ୍ଣାହୁତି ହେବ ଏଠି,

ପବିତ୍ର ହୋଲିର ଶୁଭାରମ୍ଭ ହେବ

ଭକ୍ତ ନାଚିବେ ଏଠି।୨।


ଅବିର ରଙ୍ଗରେ ରଙ୍ଗମୟ ହେବ

ରଙ୍ଗିତ ହୋଇବ ଦେହି,

ପ୍ରଭୁଙ୍କ ଭକ୍ତିରେ ନାଚିବେଟି ଭକ୍ତ

ସୁନ୍ଦର ଦିଶିବ ମହୀ।୩।


ରଙ୍ଗର ଜୁଆର ମାଡି ଆସୁ ଥିବ

ଦ୍ୱିତୀୟ ଦିନରେ ଭାଇ,

ଗାଆଁ ଗାଆଁ ସାରା ନାଚି ଉଠୁ ଥିବ

ହୋଲିର ଖେଳରେ ଭାଇ।୪।


ଏକତ୍ରିତ ପର୍ବ ଏକତ୍ର ହୋଇବେ

ସତ୍ୟପଥେ ଦେବେ ମନ,

ଧର୍ମମାର୍ଗେ ରହି ଜନ ସେବା ନିତ୍ୟେ

 ସେବୁ ଥିବେ ଜନମନ।୫।


ଟାଁଗରାଣୀ ବାନା ପବିତ୍ର ଗାଆଁରେ

 ଗୀତା ଯଜ୍ଞ ହୁଏ ଏଠି,

କଳାବାଡିଆ ଓ କାଁକୀ ଗାଆଁ ମଧ୍ୟ

ଯୋଡି ରହି ଅଛି ଏଠି।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍