Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Others

3.6  

Krishna Mishra

Others

"ରଙ୍ଗହୀନ ହୋଲି"

"ରଙ୍ଗହୀନ ହୋଲି"

1 min
214



       ଫଗୁଣର ହୋଲି......

       ଭାବିଲି ରଙ୍ଗରେ ଆଜି,

        ରଙ୍ଗେଇ ଦେବି ନିଜକୁ,

     ସଙ୍ଗୀତର ତା'ଳେ ତା'ଳେ          

ନାଚିବ ଏ ମନ

     

ହେଲେ କାହିଁ ସେ ସବୁଜ, ପୀତ,

       ଗୋଲାପୀ ରଙ୍ଗ?

   ଅବିର ଯେ ଆଜି ରଙ୍ଗହୀନ!!

    ରାସ୍ତା ଘାଟ ଜନ ଶୂନ୍ୟ!!

ଢୋଲ, ମୃଦଙ୍ଗ, ତୂରୀ, ଭେରୀ ନିଃଶବ୍ଦ,ନିଃସ୍ତବ୍ଧ...


ମନ୍ଦିରରେ ଦିଅଁଙ୍କଠି ରାଜନୀତିର ରଙ୍ଗ,

   ସାମ୍ପ୍ରଦାୟିକତାର ଯୁଦ୍ଧେ ରକ୍ତର ରଙ୍ଗ,

   ଝୁମ୍ପୁଡିର ପାଉଁଶ ଉପରେ ଅଟ୍ଟାଳିକାର ବ୍ୟଙ୍ଗ,

    ଦୁର୍ବଳର କଙ୍କାଳପରେ ସବଳର ବ୍ୟଙ୍ଗ...

     କେମିତି ଖେଳିବି ହୋଲି!!!

   

ଇଚ୍ଛା ହୁଏ, ଖୋଲି ଦେବାକୁ ସେ ସମସ୍ତ ମୁଖା--

 ସତ୍ୟର, ନ୍ୟାୟର, ଭ୍ରଷ୍ଟାଚାରର....

    ପାଇବିକି ପୁଣି ଥରେ ସେ ରଙ୍ଗ

        ଖେଳିବାକୁ ହୋଲି?????

      

     


Rate this content
Log in