ରଙ୍ଗ
ରଙ୍ଗ
ମୋ ଭିତରେ ସାଇତିଛି ମୁଁ ଅନେକରଙ୍ଗ
ତଥାପି ପାରିପାର୍ଶ୍ବିକ କହେ
ମୁଁ ଖାଲିରଙ୍ଗୀନ କିଛି ସମୟରେ ।
ପୁରାତନ ପ୍ରସ୍ତର ଯୁଗର
ଆଦିମ ମାନବ ହାତରେ
ସେ ମାଂସଖଣ୍ଡରେ ଥିଲା ମୋରିରଙ୍ଗ ,
ଯୁଗ ଆରମ୍ଭର ପଥରେ
ସେ ଥିଲାରଙ୍ଗର କିଛି ପହିଲି ଛିଟା ।
ହରପ୍ପା ସଭ୍ୟତାର ସେ
ପୋଡା ଇଟାରେ ଥିଲା ମୋରିରଙ୍ଗ ।
ସହର ସ୍ଥାପନା ,
କୌଶଳର ଉନ୍ନତିର
ଏ ବଢିଥିବା ପାଦରେ
ଥିଲା ଆନନ୍ଦର , ଅଗ୍ରସରରରଙ୍ଗ ।
ବିଶ୍ବରୁ ଭାରତର ଚିନ୍ହଟ
ଥିଲା ଏକ କଳା ଓ ସ୍ଥାପତ୍ଯରରଙ୍ଗ
ଯେଉଁରଙ୍ଗ ମାଖି ନ ଥିଲା ଆଉ କେହି ଦେଶ
କେବଳ ଦେହ ସାରା ବୋଳେଇ ହୋଇଥିଲା
ଆମରି ଦେଶ ,
ସେ ଥିଲା ଅନନ୍ୟର ପରିଚୟର ରଙ୍ଗ ।
ଇଷ୍ଟଇଣ୍ଡିଆ କମ୍ପାନୀର
ଜାହାଙ୍ଗୀର ଙ୍କ ଠାରୁ ବାଣିଜ୍ୟ ଅନୁମତି
ପରେ ଦେଶକୁ ଲୋଟି ନେବା ବି ଏକରଙ୍ଗ ।
ଦୟା ନଦୀର ଲାଲରଙ୍ଗରୁ
ଚଣ୍ଡାଶୋକରୁ ଧର୍ମାଶୋକ ବି ଏକରଙ୍ଗ ।
ସମାଜର କିଛି ଅବସ୍ଥା
ପ୍ରଭାବିତ କରି ,
ରାତି ଅଧରେ ସାଂସାରିକ ବ୍ୟକ୍ତି କୁ
ଧାର୍ମିକ ରାସ୍ତା ଦେଖାଇବା ବି ଏକରଙ୍ଗ ।
ସବୁଠି କେବଳ ମୋରିରଙ୍ଗ ,
କିଛିରଙ୍ଗ ସୃଷ୍ଟି କୁ ଜନ୍ମ ଦେବାରେ ,
କିଛିରଙ୍ଗ ପ୍ରଗତି ପଥରେ ଆଗେଇବାରେ ,
କିଛିରଙ୍ଗ ପ୍ରତାରିତ ଲୋକଙ୍କ ମନରେ ,
କିଛିରଙ୍ଗ ସମୃଦ୍ଧି ର ପରିଚୟ ସୃଷ୍ଟିରେ ,
କିଛିରଙ୍ଗ ମାନସିକ ପରିବର୍ତ୍ତନ ରେ
ସବୁଠି କେବଳ ବୋଳେଇ ଚାଲିଛି
ମୁଁରଙ୍ଗ ଅନ୍ୟ ଦେହରେ ।
ତଥାପି ମୁଁ ଆଜିରଙ୍ଗହୀନ ।
କେହି କହେନା ମୋର ବି ଅଛି କିରଙ୍ଗ ?
କଉଠି ଗୁରୁପାକ ଖାଦ୍ୟରେରଙ୍ଗ ,
ତ କେଉଁଠି ଭୋକିଲା ଲୋକର ଥାଳିରେରଙ୍ଗ ,
ସବୁଠି ନ ଥାଏ ସମାନରଙ୍ଗ ।
ସବୁଠି ନ ଥାଏ ହଳଦୀର ହଳଦିଆ ,
କି ମସଲାର ନାଲିରଙ୍ଗ
କେଉଁଠି ଖାଲି ପେଟ ଟା
ପାଣି ପରିରଙ୍ଗ ହୀନ ବି ଥାଏ ।।
ସଭିଙ୍କୁ ରଙ୍ଗୀନ କରିବାରାସ୍ତାରେ
କେବେ ମୁଁ ଟକ ଟକ ଲାଲ୍ ,
କେବେ ପୁଣି ପାଣି ପରି
ମୁଁରଙ୍ଗହୀନ ଅନ୍ୟ ଆଖିରେ ।
ହେଲେ ମୁଁ ନିଜେ ତ
ନିଜ ମନରେ ପ୍ରତ୍ୟହ
ହୋଲି ଖେଳୁଛି ଏ ବିଭିନ୍ନରଙ୍ଗରେ, ନାନା ଢ଼ଂଗରେରେ ନାନା ଥାଳିରେ ,
ନାନା ପରିପାଟୀରେ
ହଁ ମୁଁରଙ୍ଗ
ସମାନ ନୁହେଁ ସଭିଙ୍କ ଆଖିରେ
ତଥାପି ମୁଁରଙ୍ଗୀନ ଭିନ୍ନରଙ୍ଗରେ ।