STORYMIRROR

pratap nayak

Others

3  

pratap nayak

Others

ରଙ୍ଗ

ରଙ୍ଗ

1 min
269


ଅସବର୍ଣ୍ଣ ପତ୍ରିକାର ରଙ୍ଗ

ଧୋଇହୋଇଗଲାପରେ ,

ଚମକେ ଯେମିତି ଧୋବ ଫରଫର ବଗୁଲି ପିଠିରେ କଳା ଜାଇ ମନ୍ଦା.....

ସମ୍ପର୍କ ପିଠିରେ ନାଉ ହେଇଥିବା ବଙ୍କୁଲି ପିଠିଆ ମେଘ

ବୁଢୀ ଅସୁରୁଣୀ ବାଳ ପରି କାହିଁ କେତେ ଲମ୍ବା ଆଉ ଆମ୍ପୁରା ଝାମ୍ପୁରା.....

ଅଳସ ଅପରାହ୍ନ ଯହିଁ ସକେଇ କାନ୍ଦେ ,

ମାଟିର ବାସ୍ନା ଯେମିତି ତାକୁ ଅନାଏ ଆକ୍ତାମାକ୍ତା ହେଇ

ସରଗ ସେପାରିରୁ ଚିଠି ଆସିଛି ଲାବଣ୍ୟବତୀର

ନେବାକୁ ଆସିବନି କି ?

ରଙ୍ଗ ପରା ତାର ମଉଳିଗଲାଣୀ

ଅଦିନିଆ ବଉଳ ଫଳିବନି କି

କୋଇଲି ଚଞ୍ଚୁରେ ଶୁଭିବନି କୁହୁ କୁହୁତାନ

ମେଲଣ ପରର ନିରବତାରେ ଭରପୁର ବିମାନ

କଡଲେଉଟି ପଡିଛି ,

ସପନ କିଆରିର ଉପର ମୁଣ୍ଡରେ

ନା ପାଣି ଉଠିବ ନା ଫସଲ ଫଳିବ

ନଣ୍ଡା ସୋରିଷ କିଆରିରେ 

ଖୋଜୁଥିବ ଷଣ୍ଢ

ତା ଅଧା ସାଗୁଆ ସପନର ଜୁଆର,

ଧୋବ ଫରଫର ବଗୁଲି ...

ତା କଳାଜାଇ ମନ୍ଦା....

ଧୋଇଗଲା ଯେପରି ....

ତା ଅସବର୍ଣ୍ଣ ପତ୍ରିକାର ରଙ୍ଗରେ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍