STORYMIRROR

MADHU MITA

Others

3  

MADHU MITA

Others

ରଙ୍ଗ

ରଙ୍ଗ

1 min
11.6K


ନିଝୁମ ରାତିରେ,ନିର୍ଜନ ବେଳାରେ..

ଦେଖା ହେଇଗଲା ଏକ ନିରୋଳା ମୁହୂର୍ତ୍ତରେ

ଆଗେଇ ଯାଉଛି ସେ..ଡାକିଲି ଶୁଣ.. ଶୁଣୁଛ!!

ପ୍ରେରଣା, ଆଶା,ପ୍ରୀତିପୁଷ୍ପା,କିଏ ତୁମେ ଅଛ


ନାଁ ଟା ମନ ପଡୁନି ତୁମେ ମନ୍ଦାକିନୀନା

ନା ଜ୍ୟୋତ୍ସ୍ନା.. ଆରତୀ ପୂଜା,ଟିକେ କହି ଦିଅନା

ତୁମ ନାମେ ଭରା ଥିଲା ସତ ଫଗୁଣର ମହକ

ଥିଲା ଭରି ସ୍ଵପ୍ନବିଳ କେତେ ଶାନ୍ତି ଝଲକ ।


କହି ଦିଅ.. ନାଁ ତୁମର..ପାଥେୟ ଥିଲା ମୋ ପରିଚୟର

ଶକ୍ତି ଥିଲା ତୁମ ନାମ.. ମୋର ଏକାନ୍ତ ଆପଣାର

ଆଜି ଦେଖା ହେଲା ବହୁ କ୍ଷଣ ପରେ

ବିସ୍ମୃତି କରୁଛି ମୋତେ ଅଥୟ..ଅଧିର ।


ସ୍ମିତହାସ୍ୟ ସହ ସଂକ୍ଷିପ୍ତ ସେ ଉତ୍ତର

ନାଁ କୁହ ମୋର ଶେଫାଳୀ ଝରା ସକାଳର ।


ବଣମଲ୍ଲୀ କୁହ ଅବା ଡିମିରି ଫୁଲଟିଏ

ଅପାଂକ୍ତେୟ ନାମେ ଆଜି ବଞ୍ଚି ରହିଛି ପ୍ରାଣଟିଏ ।


ଅନାମିକା କୁହ ତୁମେ ନ ହେଲେ କୁହ ନାହି କିଛି..

କର୍ତ୍ତବ୍ୟ ଆଜି ନାମ ମୋର...କର୍ମ ରେ ପରିଚିତା ମୁଁ ହୋଇଛି ।


Rate this content
Log in