STORYMIRROR

Ajit Kumar Raut

Others

3  

Ajit Kumar Raut

Others

ରଙ୍ଗ ଗୋଲାପୀ ଦିଏ ସନ୍ଦେଶ

ରଙ୍ଗ ଗୋଲାପୀ ଦିଏ ସନ୍ଦେଶ

1 min
182

ଧାତାର ସୃଜନ ରଙ୍ଗ ଗୋଲାପୀ ସେ

 କରେ ନାରୀତ୍ୱର ରକ୍ଷା 

ଖେଳିବେଟି ନାରୀ ହୋଲିର ପର୍ବରେ

 ହେବଟି ତାଙ୍କରି ରକ୍ଷା।


କ୍ରୀଡ଼ା କ୍ଷେତ୍ରେ ନାରୀ ଆଗୁଆ ରହିବ

 ପ୍ରଣୟ କ୍ଷେତ୍ରେ ଆଗୁଆ 

ସବୁ ମନବାଞ୍ଛା ପୂରଣ କରିବ

 ଜୀବନେ ହେବ ଆଗୁଆ।


ଗୋଲାପୀ ରଙ୍ଗଟି ପ୍ରଭୁଙ୍କ ସୃଜନ

 ଅପାର ମହତ୍ତ୍ଵ ତାର 

ହୋଲିର ପର୍ବରେ ପ୍ରିୟ ନାରୀଙ୍କର

 ରଙ୍ଗ ଗୋଲାପୀଟି ତାର।


ଅତି କୁତୁହଳେ ଗୋଲାପୀ ରଙ୍ଗରେ

 ହେଉ ଥାନ୍ତି ସରୋବର 

ରଙ୍ଗ ଗୋଲାପୀର ରଙ୍ଗକୁ ଦିଅନ୍ତି

 ନିଜର ପତି ଉପର।


ହୃଦୟରେ ଜାଗେ ପ୍ରେମ ଶ୍ରଦ୍ଧା ଭକ୍ତି

 ପ୍ରଣୟ ଭାବ ସଞ୍ଚାର 

ପତି ପଦେ ପଡେ ହୋଇ ଭକ୍ତିଚିତେ 

 ହୋଲିଟି ହୁଏ ଭକ୍ତିର।


ଏହୁ ରଙ୍ଗ ହୋଲି ରାଧାକୃଷ୍ଣଙ୍କର

 ପ୍ରେରଣା ଦିଏ ଜଗତେ 

ନାହିଁ ବର୍ଣ୍ଣିବାକୁ ଶକ୍ତି ହିଁ କାହାର

 ଗୋଲାପୀ ରଙ୍ଗ ଜଗତେ।


ଆସ ଆସ ସଖୀ ଖେଳିବାଟି ହୋଲି

 ଗୋଲାପୀ ରଙ୍ଗରେ ପରା 

ରାଧାକୃଷ୍ଣଙ୍କର ନିଃସ୍ୱାର୍ଥ ପ୍ରେମକୁ

 କରିବା ସ୍ଥାପିତ ପରା।


ଭକ୍ତି ତ୍ୟାଗ ସେବା ଗୁଞ୍ଜିବ ହୃଦରେ

 ହେବା ସୁରକ୍ଷିତ ଆମେ 

ରାଧାକୃଷ୍ଣେ ପରା ଦେବେ ଆଶୀର୍ବାଦ

 ପାଇବା ଅଭୟ ଆମେ।


ଗୋଲାପୀ ରଙ୍ଗରେ ରଙ୍ଗ ଖେଳୁଥିବା

 ଥିବ ରାଧାକୃଷ୍ଣେ ଭକ୍ତି 

ନାରୀ ପତିବ୍ରତା କରି ସ୍ୱାମୀ ଭକ୍ତି

  ପାଇବା ପରମ କ୍ରୀତି।


ଗୃହେ କାର୍ଯ୍ୟେ ହେବ ଗୁରୁଜନ ଭକ୍ତି

 ହେବ ସମଭାବ ମନ୍ତ୍ର 

ଭକ୍ତି ଜଗନ୍ନାଥେ ନିରନ୍ତରେ ଥିବ

  ଥିବ ରାଷ୍ଟ୍ର ସେବା ମନ୍ତ୍ର।


ଅଟେ ହୋଲି ପର୍ବ ରଙ୍ଗର ଉତ୍ସବ

  ସତ୍ୟ ତ୍ୟାଗ ବଳିଦାନ 

ରଙ୍ଗ ଗୋଲାପୀଟି ଅଭୟ ହିଁ ଦେବ

  ହେବ ସବୁ ସମାଧନ।


ଜଗତର ନାଥ ପ୍ରଭୁ ଜଗନ୍ନାଥ

  ନଜର ପଡ଼ିବ ତହିଁ 

ସବୁ ମନବାଞ୍ଛା ପୂରଣ କରିବେ

  ଚକାଆଖି ଦେବେ ଚାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍