STORYMIRROR

BULU BEHERA

Others

3  

BULU BEHERA

Others

ରଙ୍ଗ ବରଷେ

ରଙ୍ଗ ବରଷେ

1 min
153

ଆସ ଆଜି ଆମେ ସବୁ

ଧୁମଧାମରେ ମିଶି ଖେଳିବା

ରଙ୍ଗକୁ ଡରି ଆମେ ସବୁ ଘରେ

ଲୁଚି ରହିଲେ ହେବନାହିଁ,

ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ

ଆମେ ଏକ ମନ ଓ ଏକ ପ୍ରାଣ ହୋଇ

ଅତି ମଉଜମଜଲିସରେ ସମସ୍ତେ

ଆସ ଉପଭୋଗ କରିବା l

କେବଳ ବରଷରେ ଥରୁଟିଏ

ମନଭରି ଖେଳିବା l

ମରିଗଲେ ଆମେ ଗଲା

ପୁଣି ଜିଇଁଥିଲେ ବରଷେ l

ଆଜି ଆମର ସତେ କେଡେ

ସୌଭାଗ୍ୟର ଦିନ l

ଯେତେ ସାଙ୍ଗସାଥୀ ମେଳରେ

ଆମେ ଖେଳିଖେଳି ପରସ୍ପରକୁ

ରଙ୍ଗରେ ବୋଳାବୋଳି ହୋଇ

ରଙ୍ଗରେ ରଙ୍ଗୀନ ହୋଇଯିବା l

ଏ ରଙ୍ଗରେ କି ପବିତ୍ରତା ଅଛି ସତେ

ଶରୀରରେ ବୋଳିଲେ ଆମକୁ

ଚନ୍ଦନ ପରି ଲାଗିଥାଏ l

ଅତୀତରର ସତ୍ୟ ଯୁଗରେ

ଘଟିଥିବା ଘଟଣାବଳୀରେ

ହିରଣ୍ୟକଶ୍ୟପର ଭଉଣୀକୁ 

ପୋଡି ଦିଆଯାଇଥିଲା l

ସେହି ଖୁସିରେ ତ୍ରିପୁରରେ

ଖୁସି ମନେଇବା ପାଇଁ

ହୋଳିକାର ଚିତା ଭସ୍ମକୁ ଦେହରେ

ବୋଳି ଖୁସି ମନରେ ସବୁ

ଉତ୍ସବର ଆୟୋଜନ କରିଥିଲେ l

ସେହି ଭସ୍ମ ଆଜି ଫଗୁ ରୂପେ

ଆମେ ଦେହରେ ବୋଳି ହେଉଛନ୍ତି

ସେହି ଅସୁରଣୀର ମୃତ୍ଯୁରେ ଆଜି

ଆମେ ଯେଉଁ ପର୍ବ ପାଳନ କରୁଛନ୍ତି

ତାହାରି ନାମାନୁସାରେ ନାମିତ ହୋଇଛି

ସେହି ପବିତ୍ର ରଙ୍ଗବେରଙ୍ଗର

ସବୁରି ପ୍ରିୟ ପର୍ବପର୍ବାଣୀ

ମଧ୍ୟରେ ଅନ୍ୟତମ ହେଉଛି 

ରଙ୍ଗ ବରଷେ ହୋଲି l



Rate this content
Log in