Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Dani

Others

4.0  

Bijay Dani

Others

ରକ୍ଷାସୂତ୍ର

ରକ୍ଷାସୂତ୍ର

1 min
36



ରାକ୍ଷୀ ବାନ୍ଧିଲି ରଖିବ ମାନ

ଅତୁଟ ଅଟେ ଏ ଭାଵ ବନ୍ଧନ ।

ଭଉଣୀଟି ଅନେଇ ଥାଏ ଏହି ଦିନ

ଭାଇର ହାତରେ ଦେବ ପ୍ରୀତିର ବନ୍ଧନ ।

ଭାଇଟିଏ ଦୁଃଖରେ ଭଉଣୀକୁ ଖୋଜେ

ହେଲେ ସବୁରି ଭାଗ୍ୟରେ ତା' କଣ ଯୁଟେ ।

ଦାରୁଣ ବିଧାତା ଜାଣି କି ପାରେନା

 ଭାଇ ଭଉଣୀର ଏ ଅତୁଟ ବନ୍ଧନ ,

ଦୁଃଖରେ ସୁଖରେ ସହଭାଗୀ ମନା

 ଭଉଣୀ ନଥାଇ କରେ ଟାଣ ମନ ।

ବଡ଼ଦେଉଳର ରତ୍ନ ସିଂହାସନେ

ବସିଅଛ ମହାନନ୍ଦେ

ଛପନ ପଉଠି ଭୋଗ ପାଉଅଛ

ଭାଇ ଭଉଣୀଙ୍କ ସଂଗତେ ।

ହେଲେ ଏହି ଦିନ ହୋଇଗଲେ ଉପସ୍ଥିତ

ମନ ପ୍ରାଣ ହୋଇଯାଏ ମୋର ବ୍ୟଥିତ ।

ମୁଁ କଣ ବାସ୍ତବରେ ହତଭାଗ୍ୟ

ରାକ୍ଷୀଟିଏ ବନ୍ଧା ହୋଇନି ମୋ ହସ୍ତଗତ ।

ଭାବର ବନ୍ଧନ ପ୍ରୀତିର ବନ୍ଧନ

ଅଟେ ପରା ରକ୍ଷାବନ୍ଧନ ।

ଭାଇ ଭାଇ ର ସମ୍ପର୍କ ରଖିଣ

ଭାରତୀୟତା ମନେ ବହି

ହେବା ଗୋଟିଏ ସୂତ୍ରରେ ବନ୍ଧନ ।।



Rate this content
Log in