STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ରକ୍ଷା କର ମହାମାୟୀ

ରକ୍ଷା କର ମହାମାୟୀ

1 min
143

ଶରତ ଆକାଶେ ଶଶଧର ହସେ ଝଲସେ ବିମଳ ଜ୍ୟୋତ୍ସ୍ନା

ପୁଲକିତ ପୃଥ୍ୱୀ ପାଇ ସେ ପରଶ ଫୁଲ ଫୁଟି ଛୁଟେ ବାସ୍ନା

ଶୁଭ୍ର ଅମ୍ଵୁଦେ ୟେ ଅମ୍ବରେ ଅଧୀରେ ଉଡ଼ନ୍ତି ଅନିଳ ସାଥେ

ଅଖିଳ ବିଶ୍ୱକୁ ରୋମାଞ୍ଚିତ କରି ଶରତ ରାତି ପ୍ରକାଶେ ।।


ଶରତ ଲଗନ ଉତ୍ସବ ପାର୍ବଣ ସୁମନ ଜୁଣ ତୃଣର

ଢାଳଇ ଧବଳ ଚାମର ଧରଣୀ ବହେ ଶୀତଳ ସମିର

ନିରିମଳ ଜଳ ଝର ଝରଣାର ଚଳଚଞ୍ଚଳ ତା ଗତି

ଏଶୁଭ ବାସରେ ଆବାହନ କରେ ଆସ ଦେବୀ ହୈମବତୀ ।।


ଅନେକ ମହିଷାସୁର ଆଜି ଏଠି ଅନ୍ଧାରେ ଆବୃତ ମହୀ

ଅନେକ ଭୂତାଣୁ ଭୂତ ଭୟଙ୍କର ମଣିଷର “ରକ୍ତ ପିଇ

ବଳିୟାନ” ଏଠି ଦେଖ ଆସି ଏହି ପାର୍ବଣ ତିଥିରେ ଦେବୀ

ସତେକି ସୁଦୟା କରିବୁ ଶର୍ବାଣୀ ବଦଳାଇ ଦେବୁ ଛବି ।।


(ତୋ) ଆଶିଷ ଅମୃତ ଅପେକ୍ଷାରେ ଆଜି ଚାତକ ପରାୟ ହୋଇ

ବସିଅଛୁ ଚାହିଁ ଅବତୀର୍ଣ୍ଣ ହୋଇ ରକ୍ଷା କର ମହାମାୟୀ ।। 



Rate this content
Log in