ରକ୍ଷା କର ଚଉବାହା
ରକ୍ଷା କର ଚଉବାହା
ଲେଖିବାକୁ କିଛି କଲମ ଧରିଲେ
ମନକୁ ଆସୁନି ଲେଖା
ଯୁଆଡେ ଦେଖୁଛି ଚାରିଆଡ଼େ ଖାଲି
କରୋନା ଯାଉଛି ଦେଖା ।
ମନକୁ ମୋ ଯେତେ ବୁଝାଇ ବସିଲେ
ଅବୁଝା ହେଉଛି ସେତେ
ଆଖି ଆଗରେ ମୋ ପୋକ ମାଛି ପରି
ଚାଲି ଯାନ୍ତି ଲୋକ କେତେ ।
କେଉଁ ଆଡୁ କିଛି ଖବର ଆସିଲେ
ମନରେ ଜାଗଇ ଭୀତି
ଅବେଳରେ କେତେ ନିରୀହ ଜୀବନ
ଲୁଟି ନେଉଛି ସେ ନିତି ।
ଅବୋଧ ସନ୍ତାନ ପାଖରୁ ମାଆକୁ
ନେଉ ଅଛି ସେ ଛଡାଇ
ଅସହାୟ ବୃଦ୍ଧ ପିତା ମାତା ଠାରୁ
ସନ୍ତାନ ଦିଏ ,ଦୂରେଇ ।
ଏଡିକି ନିଷ୍ଠୁର କେତେ ନାରୀ ମଥା
କରି ସାରିଲାଣି ଶୂନ୍ୟ
ପିତାଙ୍କୁ ହରାଇ କେତେ ଛୋଟ ଶିଶୁ
ହେଉଛନ୍ତି ହୀନିମାନ ।
ସହିବାକୁ ଆମ ଧୈର୍ଯ୍ୟ ଆଉ ନାହିଁ
ରକ୍ଷା କର ଚଉବାହା
ତୁମରି ସୃଷ୍ଟି କୁ ତୁମେ ନ ରଖିଲେ
ଆଉ କେ ହୋଇବ ସାହା ।
