Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BHABAGRAHI TRIPATHY

Others

4.5  

BHABAGRAHI TRIPATHY

Others

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
247



 ଶ୍ରାବଣ ପୂର୍ଣ୍ଣିମା ବଳଦେବ ଜନ୍ମ

 ରକ୍ଷା ବନ୍ଧନ ଅଟଇ 

 ଉଉଣୀ ଭାଇର ଶୁଭ ଚିନ୍ତାକରେ 

 ହାତେ ରାକ୍ଷୀ ବାନ୍ଧିଦେଇ ।

 

 ଶ୍ରୀମନ୍ଦିରେ ଆଜି ଗହଳ ଚହଳ

 ଶଙ୍କର୍ଷଣ ଜନ୍ମଦିନ

 ଗେଲେହି ସୁଭଦ୍ରା ଦୁଇଭ୍ରାତଙ୍କୁ ଯେ

 କରନ୍ତି ରକ୍ଷା ବନ୍ଧନ ।


 ଆମ ସଂସ୍କୃତିର ମହାନ ପରଵ

 ଗହ୍ମା ପୂର୍ଣ୍ଣିମାର ଦିନ

 ରାଧାରାଣୀ ସହ ଝୁଲଣ ବେଦୀରେ

 ଵିଜେ କୃଷ୍ଣ ଭଗବାନ ।


 ଭାଇ ଭଉଣୀର ପବିତ୍ର ସମ୍ପର୍କ

 ସ୍ନେହ ଶ୍ରଦ୍ଧାର ସମ୍ଭାର

 ଯୁଗ ଯୁଗର ଏ ଅତୁଟ ସଂମ୍ପର୍କ

 ନାହିଁ ତାର ପଟାନ୍ତର ।


 ରେଶମୀ ସୂତାର ଖିଅ ନୁହେଁ ସିଏ 

 ସମ୍ପର୍କର ପ୍ରୀତି ଧାରା

 ଭାଇ ଭଉଣୀର ଅତୁଟ ସ୍ନେହର

 ଭରସାର ପୂଣ୍ୟ ଧାରା ।


 ରାକ୍ଷୀ ନୁହେଁ ସେତ ସଂପର୍କର ସାକ୍ଷୀ

 ଭାଇ ଭଉଣୀର ଭାବ

 ସେନେହ ମମତା ଝରି ପଡିଥାଏ

 ରାକ୍ଷୀରେ ବନ୍ଧାସେ ଭାବ ।


 ସତ୍ୟ ସନାତନ ଧର୍ମ ପରମ୍ପରା  

 ରହିଥାଉ ସବୁ ଦିନ 

 ଭାଇ ଭଉଣୀର ଅନାବିଳ ସ୍ନେହ

 ସାକ୍ଷୀଥାଉ ଚିରଦିନ।


Rate this content
Log in