STORYMIRROR

Chittaranjan Nanda

Others

4  

Chittaranjan Nanda

Others

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
211


ଯୋଡ଼ି ହୋଇଛନ୍ତି ଭାଇ ଭଉଣୀ 

ସ୍ନେହର ସମ୍ପର୍କରେ

ସେହି ସମ୍ପର୍କର ଭାବନାକୁ ଏହି ଦିନ

ରାକ୍ଷୀ ଜାଗ୍ରତ କରେ ।


ଭାଇ ଭଉଣୀ ଭିତରେ, ଭୁଲି ଯେତେ 

ଥାଉ ରାଗ ରୁଷା ଅଭିମାନ

ସମସ୍ତେ ବନ୍ଧା ହୁଅନ୍ତି ଭାଇ ଭଉଣୀ 

ସମ୍ପର୍କ ଥାଉ ଆମର ସବୁଦିନ ।


ଏଇ ପର୍ବ ସେହ୍ନ ମମତାର ଏକ ଧାରା,

ପବିତ୍ର ନିବିଡ ବନ୍ଧନ 

ରକ୍ଷା ବନ୍ଧନ ଅଟେ ସମ୍ପର୍କ ଡୋରିର 

ସଂକଳ୍ପର ଦିନ ।


ଆଜି ରାକ୍ଷୀ ପୁନେଇଁରେ ଭାରତରେ 

ପ୍ରତ୍ୟେକ ଭାଇ

ଧାଇଁ ଆସେ ଭଉଣୀର ହାତେ ରାକ୍ଷୀ 

ବାନ୍ଧିବା ପାଇଁ ।


ଭଉଣୀ ଏକ ରାକ୍ଷୀ ସୂତାକୁ ବାନ୍ଧେ ତାର 

ସ୍ନେହର ଭାଇର ହାତରେ

ବନ୍ଦାପନା କରେ ଭଉଣୀ ଫୁଲ, ଚନ୍ଦନ ଓ

ସିନ୍ଦୁର ଟିକାରେ ।


ଏହା ତ ଏକ ପ୍ରତୀକ, ଶପଥ ଛାଡିବନି ସେ

ଭଉଣୀର ହାତ

ଆସୁ ଯେତେ ଝଡ଼ ଝଞ୍ଜା ଏଇ ଜୀବନରେ 

ଗାଇବ ହସର ଗୀତ ।


ଜଣା ନାହିଁ କେଉଁ ଯୁଗରୁ ଯୁଗ ପର୍ଯ୍ୟନ୍ତ, 

ଏହି ସୁତାର ରାକ୍ଷୀ 

ଭାଇ ଭଉଣୀ ପବିତ୍ର ମହତ୍ ସମ୍ପର୍କର 

ମାନର ସାଜିଛି ସାକ୍ଷୀ ।


ଭରିଛି ଘୃଣିତ ଚିନ୍ତା ରାକ୍ଷୀ ପାଉଣା  

ଲାଭ କ୍ଷତିର ସମାଜ 

ପାଉଣା ନଦେଇ ପାରିଲେ ସ୍ନେହୀ ଭାଇ

ଭଉଣୀ ରୁଷିବ ଆଜ ।


ଜଣାଉଛି ଆଜି ମୁଁ ରାକ୍ଷୀ ପୁର୍ଣିମାର ଏହି 

ପବିତ୍ର ଦିବସରେ

ସ୍ନେହରେ ବନ୍ଧା ହେବା ଆମେ ଭାଇ ଭଉଣୀ 

ବିନା ଆଶାରେ ।


Rate this content
Log in