STORYMIRROR

Gitanjali Pujapanda

Others

3  

Gitanjali Pujapanda

Others

ରଖିବୁ ଆଉ କେତେ ହିସାବ

ରଖିବୁ ଆଉ କେତେ ହିସାବ

1 min
142

କେତେ ଆଉ ରଖିବୁ ହିସାବ

ହସ ଲୁହ ପାପ ପୁଣ୍ୟର

ଆସିଛୁ ଫୁଙ୍ଗୁଳା ଯିବୁ ତୁ ଫୁଙ୍ଗୁଳା

ରଖିଛୁ ମନେ ମିଛ ରାଗରୁଷା ଅଭିମାନ

ଆଜି ମରିଗଲେ କାଲି ପରା ଦୁଇଦିନ।।


ଦୁଇ ଦିନର ଜୀବନେ

ବର୍ଷ ମାସ ଦିନ ଦଣ୍ଡ ରଖୁଛି ଯିଏ ହିସାବ

ତୋ ଶେଷ ସମୟେ

ଖାଲି ଯାହା କର୍ମରେ ମନେ ରଖିବା ସମ୍ଭବ

ଚାଲରେ!! ଏ ମନ ଆଉ କେତେ ରଖିବୁ ହିସାବ

ତୋ ପାପ ପୂଣ୍ୟ ହସ ଆଉ ଲୁହର

ଖିଆଲି ବୟସ ର ଅମାପ ସ୍ୱପ୍ନ

ପୂରଣ କରୁ କରୁ ଚାଲିଯିବ ଦିନେ ଏ ଜୀବନ ।


ତୋ କର୍ମ ରହିଥିବ ହିସାବ କରିବାକୁ

କେତେ ପାପ ତୋର କେତେ ଯେ ପୂଣ୍ୟ ।

ମାୟା ଭ୍ରମେ ବୁଡି ଥିବା  ମନ ପ୍ରାଣ

ଖୋଜୁଥିବ ସଫଳତା ବିଫଳତାର ହିସାବମାନ

ନିମିଷକେ ମାତ୍ରେ ସବୁ ଖେଳ ହେବ ଶେଷ!!

ଅଙ୍କକଷା କଷି ଯେ ସବୁ ହେବ ମୂଲ୍ୟ ହୀନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍