ରଖ ପ୍ରଭୁ ବଂଶୀଧାରୀ
ରଖ ପ୍ରଭୁ ବଂଶୀଧାରୀ
1 min
207
ତୁମରି ଆଦେଶେ ବାଟ ଚାଲିବାକୁ
ମନେ ମୁଁ ଶପଥ ନିଏ
ତୁମ ରଚା ମାୟା ଦେଖି ହୁଏ ବାୟା
ଶପଥୁ ଦୂରେଇ ଯାଏ।
ଲୋକହସା ବୋଧେ କରାଇବା ଲାଗି
ମାୟା ଜାଲ ତୁ ବିଛାଉ
ହୀନ କପାଳକୁ ବିପରୀତ ବୁଦ୍ଧି
ଏମିତି କାହିଁ ତୁ ଶିଖାଉ।
ବାର ବାର ମୁହିଁ ସଂକଳ୍ପ ନେଉଛି
ତଥାପି ଯାଏ ମୁଁ ହାରି
ସବୁ ଧନ୍ଦା ମୁହିଁ ଛାଡି ଦେଲି ଆଜି
ରଖ ପ୍ରଭୁ ବଂଶୀଧାରୀ।
