STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ରଜପର୍ବରେ ମୁଁ, ତୁମେ, ସେମାନେ

ରଜପର୍ବରେ ମୁଁ, ତୁମେ, ସେମାନେ

1 min
218


ପହିଲି ଆଷାଢ଼ ରଜ ପରବର 

   ମଧୁର ସ୍ମୃତି ମାନସେ

ପହିଲି ବରଷା ଭିଜାମାଟି ବାସ୍ନା

   ଅନୀଳେ ଆସି ପରଶେ ।।


ବର୍ଷା ଭିଜାମାଟି ରଜସ୍ୱଳା ଧାତ୍ରୀ

    ଦୁନିଆଁ ହୁଏ ଉନ୍ମନା

ପ୍ରମତ୍ତ ମାନସେ କୁଆଁରୀ ମନରେ

   ଲାଗେ ଅବା ସ୍ଵପ୍ନ ଡେଣା ।।


କୃଷକ ମାନସେ କେଦାରରେ ନାଚେ

  ଶ୍ୟାମଳ ଶସ୍ୟ ଲହରୀ

ଆଶା ବୈତରଣୀ ସୁନୀଳ ତରଙ୍ଗେ

  ଭାସେ କି ସୁବର୍ଣ୍ଣ ତରୀ ।।


ବାରି ବଗିଚାରେ ଫୁଟଇ ରଙ୍ଗଣି

   ହରଗଉରାର ଫୁଲ

ଶାଳବନେ ଶାଳଫୁଲ ପେନ୍ଥା ଝୁଲେ

  ନ ଦିଶଇ ପତ୍ର ଡାଳ ।।


କଦମ୍ଵ କୋରକ ଫୁଟି ବିତରିବ

   ସ୍ନିଗ୍ଧ ମଧୁ ସଉରଭ

ମଦ,ମତ୍ତ ଭୋଳେ ଉଡି ବୁଲୁଥିବେ

  ଉନ୍ନାଦେ ଯେତେ ମଧୁପ ।।


 ମଧୁର ମୁହୂର୍ତ୍ତ ରଜ ଉପଗତ

  ଘରେ ଘରେ ଝୁଲେ ଦୋଳି

ପିଠା ପଣା କେତେ ଖେଳ କଉତୁକେ

  ରଜ ପର୍ବ ଥିବ ଚାଲି ।।


କୃଷିଭିତ୍ତିକ ୟେ ରଜ ପରବରେ

  ଶୁଭୁଅଛି ମିଠା ଗୀତ

ଝିଅ ବୋହୂ ମିଳି ସଜବାଜେ ଦୋଳି

  ଖେଳନ୍ତି ସହି ସଙ୍ଗାତ ।।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍