STORYMIRROR

Ramesh takri

Others

4  

Ramesh takri

Others

ରଜନୀ

ରଜନୀ

1 min
238

ଦିବସ ସରିଲା   ସଞ୍ଜ ବି ହୋଇଲା

    ଅନ୍ଧକାର ଦେଖାଗଲା

କଳାଶାଢ଼ି ପିନ୍ଧି   ରଜନୀ ରାଣୀ ତା

   ଆସ୍ଥାନ ବିଛାଇ ଦେଲା ।୧।


ଦିବସର କର୍ମ   ଶେଷକରି ସର୍ବେ

    ନିଜ ନିଜ ଗୃହେ ଥିଲେ

ରାତ୍ର ଭୋଜନରେ   ଭାଗନେବା ପରେ

    ଶୟନ କକ୍ଷକୁ ଗଲେ ।୨।


ଅନ୍ଧାର ଯେତିକି   ନୀରବ ସେତିକି

    ବଢ଼ି ବଢ଼ି ଯାଏ ରାତି

ଗାଆଁ ସହରର   ଜନତା କଲେଣି

    ନିଦ ମାଉସୀକୁ ସାଥୀ ।୩।


ଆନ୍ଧାର ରାତିରେ   ପଦଯାତ୍ରା କଲେ

    ଭୟ ଜାତ ହୋଇଥାଏ

ସେ ସମୟେ କିଛି   ଶବଦ ଶୁଭିଲେ

    ଦେହ ବି ଚମକି ଯାଏ ।୪।


ଦୂର ଆକାଶରୁ   ରୂପେଲି ଚନ୍ଦ୍ରମା

    ଜୋଛନା ଢାଳଇ ଯେତେ

ଏଭଳି ଦୃଶ୍ଯର   ଉପଭୋଗ ପାଇଁ

    ପ୍ରିୟା ଥାଏ ମୋର ସାଥେ ।୫।


ବନ ଉପବନେ   ବାଡ଼ି ବଗିଚାରେ

    ଫୁଲଫୁଟି ମହକଇ

ପୋଖରୀ ଜଳରେ   ପ୍ରଷ୍ପୁଟିତ ହୋଇ

    ଜହ୍ନକୁ ଚାହିଁଛି କଇଁ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍