Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apalata Aruk

Others

3  

Apalata Aruk

Others

ରଜମଉଜ

ରଜମଉଜ

1 min
118


ଅନନ୍ୟ ସେ ଅନୁଭବ ରଜ ମହୋତ୍ସବ,

ଆକାଶ ଓ ପୃଥିବୀର ମିଳନର ପର୍ବ ।


ଚୌହଦୀରେ ଢେଉ ଖେଳେ ଖୁସିର ଜୁଆର,

ଅପୂର୍ବ ପୁଲକ ସତେ ସେ ରଜଦୋଳିର ।


ପୋଡପିଠାର ମହକ ଆହାକି ମଧୁର,

ରଜପାନ  କିଣିନିଏ  ମନ ସଭିଙ୍କର ।


ରଜଦୋଳି ରଜଗୀତ କୁଆଁରୀଙ୍କ ମେଳ,

ପୁଅଙ୍କର ଲୁଡୁ, ତାସ, ବାଗୁଡିର ଖେଳ ।


ପହିଲି ରଜର ସେ କି ସ୍ନିଗ୍ଧ ସମ୍ମୋହନ,

ରଜ ସଂକ୍ରାନ୍ତିର କେତେ ମୁଗ୍ଧ ଆକର୍ଷଣ ।


ଭୂମି ଦହନ ସାଙ୍ଗକୁ  ବସୁମତୀ ସ୍ନାନ,

ଭିଜାମାଟିର ବାସ୍ନାରେ ବିଭୋର ଏ ମନ ।


ଚଷା ପୁଅର ଆଖିରେ ଅସୁମାରି ସ୍ୱପ୍ନ,

ଏଇଠୁ ଆରମ୍ଭ ତା'ର କୃଷି ଅଭିଯାନ ।


ରଜ ଆସେ ସାଥେ ନେଇ ଶାନ୍ତି ମୈତ୍ରୀ, ପ୍ରୀତି,

ଯୁଗ ଯୁଗ ଜୀଇଁଥାଉ ଏ ମହା ସଂସ୍କୃତି ।


Rate this content
Log in