Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Gunanidhi Samal

Others


3  

Gunanidhi Samal

Others


ରଜଗୀତ

ରଜଗୀତ

1 min 10 1 min 10

ଗାଆଁରେ ମାତିଲା ଗଜ

ଦୋଳି ଖେଳିବାକୁ ଲାଗୁଛି ଲାଜ

ଲାଗୁଛି ଲାଜ ଲୋ,

କାହିଁକି ହୋଇବି ସଜ......ମୋ" ଦୋଳି ଲୋ ।

ଦୋଳି ଚାଲେ ସାଇଁ ସାଇଁ

ଭାଇ ଯାଇଛନ୍ତି ଦୂର ବିଦେଶ 

ଦୂର ବିଦେଶ ଲୋ,

ଦାଦନ ଖଟିବା ପାଇଁ ......ମୋ" ଦୋଳି ଲୋ ।

ବାଉଁଶ ନହ ନହକା

ଗାଆଁକୁ ଆସିଛି ବିଦେଶୀ ଟୋକା 

ବିଦେଶୀ ଟୋକା ଲୋ,

ମାରୁଛି ଆଖି ମିଟିକା ........ମୋ" ଦୋଳି ଲୋ ।

ଆଜିତ ପହିଲି ରଜ

କାହାପାଇଁ ଆଉ ହୋଇବି ସଜ

ହୋଇବି ସଜ ଲୋ,

ବାସିହେଲା ଫୁଲ ଶେଜ.........ମୋ" ଦୋଳି ଲୋ ।

ଝୁଲୁଥିଲା ପଟା ଦୋଳି

କା" ପାଖରେ ଆଉ କରିବି ଅଳି

କରିବି ଅଳି ଲୋ,

ନେବାପାଇଁ ମୋତେ ତୋଳି.........ମୋ" ଦୋଳି ଲୋ ।


Rate this content
Log in