STORYMIRROR

SUKANTA KHANDA

Others

3  

SUKANTA KHANDA

Others

ରଜଦୋଳି

ରଜଦୋଳି

1 min
181

ଦୋଳି କେ ଖେଳିବ ଦଉଡି଼ ଆସ

ଗାଁ'ଦାଣ୍ଡେ ପଡି଼ଛି ରଜର ହସ।୧


ତିନି ବାହୁଲିଆ ଓ ଡଙ୍ଗା ଦୋଳି

ଖାଇ ଦୋଳି ଦେଖ ଭଳିକି ଭଳି।୨


ଗଛ ଦୋଳି ପୁଣି ନ'ବାହୁଲିଆ

ଚକ୍ରଦୋଳିଙ୍କଠି ଭିଡ଼ ବଢି଼ଆ।୩


ଗାଆଁ ସ୍ତ୍ରୀ ଲୋକ ଓ ଝିଅଙ୍କ ମେଳା

ଯେମିତି ସମୁଦ୍ର ଭିତରେ ଭେଳା।୪


ଉଡୁଅଛି ଦୋଳି ଆକାଶ ଛୁଆଁ

ଗୀତର ଲହରି ଯେମିତି ଧୂଆଁ।୫


ବାଦିଗୀତ ଏଠି ନାରୀ ପୁରୁଷ

ଯିଏ ଜିତିଯିବ ଖାସି ମାଉଁଷ।୬


ହାରିବା ଦଳଟି ଖାଇବା ଦେବ

ଭାଇଚାରା ଆହା ବନ୍ଧାରେ ଭାବ।୭


ଏମିତି ସମୟ ଆସିଛି ଭାଇ

ରଜର ଦୋଳିରେ ବସିଲେ ଯାଇ।୮


ବୁଝିବ ମହତ୍ତ୍ୱ ରଜ ଦୋଳିର

ବରଷକେ ଏହା ବୁହଇ ଝର।୯


ପରଣାମ ଘେନ ହେ ରଜବତୀ

ନ ଯାଉ ଦିନଟି ନ ପାହୁ ରାତି।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍