STORYMIRROR

Sandhyarani dash

Others

3  

Sandhyarani dash

Others

ରଜ

ରଜ

1 min
141


ମୌସୁମୀ ଆଗତେ ଆସିଥାଏ ରଜ

ମାଆ ମୋର ରଜବତୀ

ଆବାଳ ଠୁ ବୃଦ୍ଧ ବନିତା ପର୍ଯ୍ୟନ୍ତ

ମଉଜ ରେ ମାତି ଯାନ୍ତି।


ଆସିବ ଟି ରଜ ହୋଇ ସଜ ବାଜ 

ପୋଡ଼ ପିଠା ସଜା ହୋଇ

ଦୋଳି ଖେଳ ସାଥେ ରଜ ଗୀତ ଗାଇ

ଓଡ଼ିଆ ସଂସ୍କୃତି ନେଇ।


ପୂରୁବ ଗୌରବ ପୂର୍ବ ପରମ୍ପରା

ବାଜଇ ମଉଜ ବାଜା

ବରଷ କେ ଥରେ ରଜ ପରବ କୁ

ପାଳନ୍ତି ଉତ୍କଳ ପ୍ରଜା।


ଘର କୃଷି କାର୍ଯ୍ୟ ସବୁତ ବାରଣ

ଏହି ରଜ ପର୍ବ ପାଇଁ

ବନ୍ଧୁ ବାନ୍ଧବ ରେ ଘର ପୁରିଯାଏ

ଆନନ୍ଦ ଉଲ୍ଲାସ ଦେଇ।


ସଂସ୍କୃତି ସମ୍ପର୍ନ୍ନ ଓଡ଼ିଶା ରାଜ୍ୟରେ

ବାର ମାସେ ତେର ପର୍ବ

ଆମେ ତ ଓଡ଼ିଆ ପରବ ବଢିଆ

ହୃଦୟେ ମିଳନ୍ତି ସର୍ବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍