STORYMIRROR

SUSMITA MISHRA

Others

3  

SUSMITA MISHRA

Others

ରଜ

ରଜ

1 min
133

ପୁଚି ପୁଚି ଲୋ ପୁଚି 

   ଯା ଯା ତୁ ଘୁଞ୍ଚି 

ତତେ ହରାଇ  

   ମୁଁ ଆଜି ଜିତିବି।


କହୁଛି ସକାଳ ସୁରୁଜ 

  ମାନିବା ଆଜି ରଜ 

ଜିତିଲେ ପୁଚି ଲୋ ସାଙ୍ଗ 

  ପାଳିବି ରଜ ମଉଜ।


ଦୋଳି ମୁଁ ଖେଳିବି 

  ଝୁଲି ଝୁଲି ଉପର ତଳ ହେବି 

ଆ ମୋ ସାଙ୍ଗ 

  ଦୋଳିରେ ତୁ ବସ  

ତତେ ମୁଁ ଝୁଲାଇବି।


ଖାଇବା ପୋଡ଼ ପିଠା 

  ଭାଙ୍ଗିବା ପାନ ବରଜ 

ନୂଆଁ ଜାମା ପିନ୍ଧି 

  ହୋଇବା ସଜବାଜ।


ଗାଁ ସହରରେ ବୁଲିବା 

 କେତେ ପ୍ରକାର ଖେଳ ଦେଖିବା 

କେତେ ପ୍ରକାର ଖାଦ୍ୟ ଖାଇବା 

  ମନ ମଉଜ ରେ ରହିବା  

ଦୁଇ ସାଙ୍ଗ ମଜା କରିବା।


ଆ ରେ ମୋ ସାଙ୍ଗ 

  ମିଳିମିଶି ଖେଳିବା 

କିଏ ଜିତିଲା କିଏ ହାରିଲା 

 ତାହା ମନେ ନ ଧରିବା।


ବଡ଼ ସୁନ୍ଦର ଏ ରଜ 

 ଏହା ତ ଏକ ଗଣ ପରବ 

ଏହା ପୂର୍ବ ଓଡ଼ିଶାର 

 ଏକ ବଡ଼ ସୁନ୍ଦର ପରବ ।


ଆବାଳ ବୃଦ୍ଧ ବନିତା 

  ପାଳନ୍ତି ରଜ ହୋଇ ଆନନ୍ଦିତା 

ଭୁଲି ଯାଇ ଭାଵ ଶତୃ ମିତ୍ରତା 

  ରଜ ଭରିଦିଏ ସଭିଙ୍କ ଭିତରେ ଆତ୍ମୀୟତା ।


ଏହା ପୂର୍ବ ଓଡ଼ିଶାରେ ଅଧିକ ମାନନ୍ତି 

ହେଲେ ଭାଇର ଭାଇ ଖୁସିରେ ଖୁସି 

ହେଲା ପରି ସାରା ଓଡ଼ିଶା ଖୁସି ହୁଅନ୍ତି 

ରଜ ଭରିଦିଏ ସଭିଙ୍କ ମୁହଁରେ ହସି।


ରଜ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ସହ 

କରୁଛି ଅଭିନନ୍ଦନ ଅଭିନନ୍ଦନ 

ସମସ୍ତଙ୍କ ଇଚ୍ଛା ପୂର୍ଣ୍ଣ କରନ୍ତୁ  

ପ୍ରଭୁ ରଘୁନନ୍ଦନ ପଭୁ ରଘୁନନ୍ଦନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍