STORYMIRROR

NARESH SAHOO

Others

3  

NARESH SAHOO

Others

ରଜ

ରଜ

1 min
196


ପହିଲି ଆଷାଢ଼ର ପ୍ରଥମ ଛୁଆଁରେ

ପୃଥ୍ଵୀ ରଜବତୀ ହୁଏ

ପୋଡ଼ପିଠା, ଆମ୍ବ ଓ ପଣସର ମହକରେ

ମନ ବିଭୋର ହୁଏ ।


ପାଲା, ଗୋଟିପୁଅ, ଚଢ଼େଇ ନାଚ,

କବାଡ଼ି, ତାସ୍ ଦେଇ ରଜ ଆସେ

ରଜଦୋଳି, ଜାମାଯୋଡ଼, ଅଳତା ନାଇ

ଗ୍ରାମ୍ୟ ଲଳନା ହସେ।


କୋଇଲିର କୁହୁତାନ ବନ୍ଦ ହେଲେ

ବୁଝି ହୁଏ ରଜ ପାଖେଇଲାଣି

ଗାଁ ହରିହାଟ କମିଟସବୁ ସଜବାଜ ହେଲେଣି

ଏଥର କଲିକତି ମିସ୍ତ୍ରୀ ଡାକି ରାଧାକୃଷ୍ଣ ମେଢ଼ ସଜାହେବ

ପୁରା ବ୍ରାସ ବ୍ୟାଣ୍ଡ ପାର୍ଟି ସହ କଳସ ବୁଡ଼ା ହେବ

ତିନି ଦିନର ଭୋଜି ଭାତ ସହ ଗୋଟିପୁଅ ନାଚ ବି ଜମିବ।


ରଜ ପାଖେଇଲେ, ପ୍ରବାସୀ ପୁଅ ଅସ୍ଥିର ହୁଏ

କଦମ୍ବ ଫୁଲ, ଜାମୁକୋଳି,

ଓଦାମାଟିର ସୁଗନ୍ଧ ମତୁଆଲା କରେ

ମା କରିଥିବା ପୋଡ଼ପିଠା ଟିକେ ମୁହଁରେ ନ ଦେଲେ

ମନ ହରବର କରେ

ଦିନର କବାଡ଼ି, ସାରାରାତି ତାସରେ ମସଗୁଲ ନ ହେଲେ

ପ୍ରାଣ ସାରା ବର୍ଷ ଝୁରେ।


ଜହ୍ନିମଞ୍ଚାରେ ଫୁଲର ନିଆଁ, ତରୁଣୀ ଆନମନା ହୁଏ

ଚଷା ବୁକୁରେ ଆନନ୍ଦର ଢେଉ,

ଇନ୍ଦ୍ରଦେଵଙ୍କୁ ସୁମରଣା କରେ

ଆବାଳ, ବୃଦ୍ଧବନିତା ରଜକୁ ଉପଭୋଗ କରେ

ପହିଲି ଆଷାଢ଼, ପହିଲି ରଜ ସଦା ସମ୍ମୋହିତ କରେ

ପହିଲି ପ୍ରେମ ପରି।


Rate this content
Log in