STORYMIRROR

KAMAKSHYA PRASAD BEHERA

Others

3  

KAMAKSHYA PRASAD BEHERA

Others

ରଜ ସୁଖ

ରଜ ସୁଖ

1 min
172


ପ୍ରକୃତି ରାଣୀଙ୍କ ଚିତ୍ର ଚରିତ୍ର ରୁ

  ଜନମ ନେଇଛି ରଜ 

ସକଳ ଜୀବଙ୍କୁ ଆଧାର ଯୋଗାଏ

   ହୋଇ ନୂଆ ସଜବାଜ।୧        


ପାଳନ କର କି ନକର ସେ ଆସେ

  ଗ୍ରୀଷ୍ମ ବର୍ଷା ସନ୍ଧିକାଳେ 

ମାଟି ରଜସ୍ୱଳା ହୋଇଲେ ପ୍ରକୃତି

  ସୁନ୍ଦର ଦିଶଇ ବଳେ ।୨


ପ୍ରକୃତିର ଗୁଣ  ନେଇ ଜନ୍ମ ନାରୀ

  ତେଣୁ ସେ ସଜେଇ ହୁଏ 

ପହିଲି ରଜ ଯେ ରଜ ସଂକରାନ୍ତି

  ଭୂମି ଦହନର ଯାଏ ।୩


ଏହି ତିନି ଦିନ ପାକ ବିରତିରୁ

  ପୋଡପିଠା ହେଲା ପ୍ରିୟ  

ରଙ୍ଗ ପତରରେ ଓଠ ରଙ୍ଗ କରି

 ଚହଟନ୍ତି ସବୁ ଝିଅ ।୪


ଦୋଳି ଖେଳିବାକୁ ବୁଲନ୍ତି ସେମାନେ

   ଏ ସାଇରୁ ସେ ସାଇକୁ 

ପୁରୁଷ ମନରେ ଯିଏ ବସା ବାନ୍ଧେ

   ତା ପାଳି ପଡେ ଆଗକୁ ।୫


ସୁନ୍ଦରୀ ପ୍ରକୃତି  ପୁରୁଷ ପ୍ରାପତେ

  କରୁଛନ୍ତି କେତେ ତପ 

ରଜ ଦଶହରା  କୁମାର ପୂର୍ଣ୍ଣିମା

    ସାଧନାର ପର୍ବ ରୂପ ।୬


ରଜ ରାଣୀ ସଜେ କିଶୋରୀ ତରୁଣୀ

  ଚାଲୁଥିବା ନୃତ୍ୟ ଛାନ୍ଦେ  

ଆସକ୍ତରେ ଶିବ ଗର୍ବ ହାରିଥାନ୍ତି

  ନ ପଡ ଗୋ ପରମାଦେ।୭


ଅକାଳେ ଅଵେଳେ ସଂପର୍କ ସ୍ଥାପନେ

  ଜାତ ହୁଏ ବାଳୁଙ୍ଗାର 

ରଜ ସୁଖ ପାଇଁ ସୁଖି ଏ ସଂସାର

  ଧାନ ଜାତ ସୁକୁମାର ।୮


ପ୍ରକୃତି କୋଳରେ କୋଟିକୋଟି ଜୀବ

  ଖେଳୁଥାନ୍ତି ନିରନ୍ତର 

ନିଆଁ ପାଣି ସହ ପବନ ସନ୍ତୋଷେ

ଖାଦ୍ୟ ପାନ୍ୟେ ସ୍ଵାସ୍ଥ୍ୟ ତା'ର।୯


ରଜମଉଜର ଭିତିରି କଥାକୁ

  ଖୋଲିଖାଲି ଟିକେ ପଢ  

ବିଶ୍ଵଶାନ୍ତି ପାଇଁ ସବୁ ବୁଦ୍ଧି ଜ୍ଞାନ

  ରଜ ସୁଖେ କର ଦୃଢ଼ ।୧୦


    ******* 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍