STORYMIRROR

SUKANTA KHANDA

Others

3  

SUKANTA KHANDA

Others

ରଜ ପରବ

ରଜ ପରବ

1 min
185


ରଜ ପରବକୁ ଦେଖି ସୁରୁଯ

ହଳଦୀ ରଙ୍ଗର ଦେଇ ବୁରୁଜ

ରଙ୍ଗେଦଇ ଦେଲ ହେ ମରତ ଧାମେ 

ପାଣି ଓ ପବନ ଦେଇ କରମେ

  ଆମର ହୋଇଛ ମିତ

ସେହି ଅତି ପ୍ରିୟ ଆମ ଭାରତ।୧


ରଜ ଆସିବାରୁ ଜହ୍ନ ଅନେଇଁ

ଜ୍ଯୋଛନା ଢାଳୁଛ ହୋଇ ପୁନେଇଁ

ନର ନାରୀଙ୍କର ଗରବ ରଖି

ରଜରେ ନ ହେବେ କେହି ବି ଦୁଃଖୀ

   ମହୁ ପରି ତା କାମନାକୁ

ସବୁ ହୃଦଦୟ କନ୍ଦରେ ଥୋଇଛି

   ସନ୍ତୋଷ ଆଜି ହେବାକୁ।୨


ରବି ଜହ୍ନଙ୍କର ସନ୍ତୋଷ ଭାବ

ଦେଖି ଏ ମଣିଷ ଆଜି ଗରବ

ପିଠା ପଣା ସହ ଦୋଳିରେ ବସି

ଗୀତ ଗାଉଅଛି ଅନନ୍ତ ଖୁସି

  ରଜର ମହିମା କେତେ

କିଏ ବା ଜାଣିଛି ସତ୍ଯତା କହିବ

 ଉପରେ ଉପରେ ହାତେ।୩


ରଜବତୀଙ୍କର ଆଶିଷ ପାଇ

ସଭିଏଁ ମଉଜ ଭଉଣୀ ଭାଇ

ଜଣେ ହେଲେ କେହି ଅଭୁକ୍ତ ଆଜି

ମନ ଗହନରେ ଯାଗନି ଭାଜି

   ମନ ମତାଣିଆ ଗୀତ

କିଏ ଖେଳୁଥାଏ କିଏ ନାଚିଯାଏ

   କାହାକୁ କରିକି ମିତ।୪


ପରତି ବରଷ ହେ ରଜବତୀ

ହରଷ ମନରେ ଆସିବୁ ମାତି

ଯୁଆର ପରିକା ସଭିଏଁ ହେବୁ

କାମନା ବାସନା ମନେ ଭରିବୁ

  ତୋହରି ଇଛାରେ ଆଜି

ମୋଟେ ହେ ମାଆଲୋ ଆମକୁ କେବେ ହେଁ

   ସଂସାରେ ଦେବୁନି ଭାଜି।୫

         


Rate this content
Log in