ରଜ ମଉଜ
ରଜ ମଉଜ
1 min
192
ଉତ୍କଳ ପରବ ରଜ
ସାଙ୍ଗସାଥି ମେଳେ ପୁଚି ଖେଳିବାକୁ
କୁଆଁରୀ ହେଲେଣି ସଜ
ଜ୍ୟେଷ୍ଠ ମାସ ହୁଏ ଶେଷ
ଘରଠୁ ଅଗଣା ମହକି ଉଠୁଛି
ଆମ୍ବ ପଣସର ବାସ
ଗଛରେ ଝୁଲୁଛି ଦୋଳି
ସେହି ଗଛମୂଳେ ଦୋଳି ଖେଳିବାକୁ
ପିଲାଏ ହେଲେଣି ମେଳି
ରଜ ଖିଲି ପାନ ମିଠା
ରଜ ତିନିଦିନ ମାଆ ବାଢ଼ିଦିଏ
ସରାଗେ ଚକୁଳି ପିଠା
ଟୋକାଏ ହେଲେଣି ଠୁଳ
ତିନିଦିନ ଧରି ଗାଆଁ ପଡ଼ିଆରେ
ଚାଲିବ କବାଡି ଖେଳ
