STORYMIRROR

Arundhati Jena

Others

3  

Arundhati Jena

Others

ରଜ ମଉଜ

ରଜ ମଉଜ

1 min
164

   

      ରଜ ଏକ ଖୁସି ପର୍ବ

          ଓଡିଆମାନଙ୍କ ପାଇଁ,

    କେହି କେବେ ଭୁଲି ନାହିଁ

         ଭୁଲିବି ପାରିବେ ନାହିଁ।

  

     ପ୍ରଥମରେ ସଜବାଜ

          ତା'ପରେ ପହିଲି ରଜ

   ତୃତୀୟେ ରଜ ସଂକ୍ରାନ୍ତି

          ଚତୁର୍ଥେ ଭୂଦାହ ନିତି।

 

   ପଞ୍ଚମେ ବସୁମତି ସ୍ନାନ

            ନହୁଏ କୃଷି କର୍ଷଣ

ଏଇଭଳି ପାଞ୍ଚ ଦିନ

           ମଉଜରେ ନାଚେ ମନ।

   ରଜ ପାନ ରଜ ଦୋଳି

        କାହିଁ କେତେ ଭଳି ଭଳି

  କାହିଁ କେତେ ନୃତ୍ୟ ଗୀତ

       କରଇ ମନ ମୋହିତ।

     ରଜ ମୁଢ଼ି ପୋଡପିଠା

               ସୁଆଦିଆ ଭାରି ମିଠା

     ଡୁଡୁ ବୋହୂ ଚୋରି ଖେଳ

             କାହିଁ କେତେ ଭଳି ମେଳ।

ଗାଆଁ ମୁଣ୍ଡ ଚାନ୍ଦିନୀରେ

            ପୁଣି ବରଗଛ ତଳେ

ତାସ୍ ଆଉ ଲୁଡୁ ଖେଳ

         କାହିଁ କେତେ କୋଳାହଳ।

    ରଜେ ଜୀବନ ସଂଚରି

            ସବୁଜିମା ଯାଏ ଭରି

   କୃଷକ ମନ ଉଚ୍ଛନ୍ନ

              ଭରିଯାଏ ମନ ପ୍ରାଣ।

   ଭଳି ଭଳି ନୂଆ ଜାମା

           ଦିଶେ କେଡେ ଅନୁପମା

    ପରିସ୍ଥିତି ନାହିଁ ଭଲ

          କରୋନା ସାଜିଛି କାଳ।

  

    ଜଗା ପାଖେ ଓଡିଆଙ୍କ

               ଏତିକି ଗୁହାରି

    କରୋନା ବିପଦୁଁ ସିଏ

              କରି ଦେଉ ପାରି।

     

 



Rate this content
Log in