STORYMIRROR

KAMAKSHYA PRASAD BEHERA

Others

3  

KAMAKSHYA PRASAD BEHERA

Others

ରଜ ମଉଜ

ରଜ ମଉଜ

1 min
163

ରଜ ଦୋଳି କେଏଁ କଟର ଲୋ

ତୋଟାରେ ଲାଗିଲା ମାଳମାଳ ଦୋଳି

ଚହଳ ପଡ଼ିବ ଏଥର।


ରାଜରାଣୀ ପରି ସଜେଇ ଲୋ

ମଜେଇ ବଜେଇ ଦୋଳି ଖେଳୁଥିଲେ

ମନକୁ ନ ଦେଇ ହଜେଇ।


ଵିଡିଆ ପାନର ବାସନା ଲୋ

ଗାଁ ଠୁ ସହର ଚଳଚଞ୍ଚଳ ଯେ

ସଜେଇ ବୁଲନ୍ତି ନବୀନା ।


ପୋଡପିଠା, ଝୋଟି ଅଙ୍କନ ଲୋ

ମହିଳା ମାନଙ୍କୁ ମୁକୁଟ ପିନ୍ଧାଏ

ମନରେ ଆଣିଛି କମ୍ପନ।


ଖେଳହୁଏ ପୁଚି,ତାଆସ ଲୋ

ଆନନ୍ଦ ସେଠାରେ ଚହଳ ପକାଏ

ନ ଆସିଲେ ଝଡ଼ ବତାସ ।


ଦଉଡ଼ି ଦୋଳିରେ ଝୁଲନ୍ତି ଲୋ

କୁନା କୁନି ଆମ ଘର ଅଗଣାରେ

ରଜର କବାଟ ଖୋଲନ୍ତି ।


ବାଉଁଶ ର ଦୋଳି ଗଛରେ ଲୋ

ଗାଁ ମୁଣ୍ଡ ଆମ୍ବ ତୋଟାରେ ଚହଳ

ହାଉଲା ମାରନ୍ତି ପଛରେ।


ଡଙ୍ଗା ପରି ଦୋଳି ନିଶୁଣି ଲୋ

ତିନିସାଙ୍ଗ ସେଠି ଦୋଳି ଖେଳନ୍ତିଯେ

ଗାଇ ଆଇବୁଢି କାହାଣୀ।


ରାମ, ଚକ୍ରଦୋଳି ନିଆରା ଲୋ

ଦଳଦଳ ସାଙ୍ଗ ଏକାଠି ଖେଳନ୍ତି

ମିଳୁଥାଏ ସୁଖ ପସରା।


ଭୂମି ରଜସ୍ଵଳା ଖୁସିରେ ଲୋ

ଏ ରଜମଉଜ ଆସର ଜମଛି

କୃଷି ଖୁସି ମାପେ ଚାଷୀ଼ରେ।


Rate this content
Log in