STORYMIRROR

Pranati Mahapatra

Others

3  

Pranati Mahapatra

Others

ରଜ ମଉଜ

ରଜ ମଉଜ

1 min
13.9K


ଆସଲୋ ବଉଳ ଆସ ସଙ୍ଗାତ,

ମନ ମଉଜରେ ଗାଇବା ଗୀତ,

ହସ ଖୁସିର ଏ ରଜମଉଜ,

ପାଳିବା ହୋଇଣ ଯେ ସଜବାଜ।



ବରଷକେ ଥରେ ଆସିଛି ରଜ,

ବନସ୍ତରେ ପୁଣି ଡାକିବ ଗଜ,

ପିଠାପଣା ଖାଇ ଦୋଳିରେ ଝୁଲିବା,

ତିନିଦିନ ଯାକ ପାଳିବା ରଜ।


ପାଣିବୁଆ ରଜ ଦିନଟା ସାରା,

ଢିଙ୍କିରେ କୁଟିବା ଚାଉଳ ପରା,

ବିରିକୁ ବାଟିବା ଯାଇ ସିଳରେ ,

ପଲମେ ପୋଡିବା ଯେ ରାତିସାରା।


କୁଆଁରୀ ପାଦରେ ପଟୁଆ ଜୋତା,

ରଙ୍ଗବେରଙ୍ଗର ଜାମା ସାଇତା,

ଅତରରେ ଗାଁ ଦାଣ୍ଡ ବାସିବ,

ପଟାଦୋଳି ପୁଣି ତାସ୍ ର ପତା।


ଆମ୍ବ,ପଣସ ,କଦଳୀ,ସାଥିରେ,

ନାନାଦି ବ୍ୟଞ୍ଜନ, ଖିରି ପୁରୀରେ,

ଚୁନାମାଛ ସାଥେ ଖାଇଣ ପିଠା,

ଆମ୍ବ ବରଡାଳେ ପଟାଦୋଳି ରେ।


ଦଳଦଳ ସାଙ୍ଗ ସାଥିଙ୍କୁ ନେଇ,

ସାଇ ପଡିଶା ବୁଲିବା ଯାଇ,

ନୂଆବୋହୁ ଅଳତା ଦିଏ ପିନ୍ଧାଇ,

ପାନ ଖିଲ ମାରି କରିବ ମଉଜ।


କୁଆଁରୀକନିଆ ଙ୍କର ଏ ରଜ,

ରଜସ୍ୱଳା ହୁଏ ବସୁଧା ମାତା

ମନ ଆନନ୍ଦରେ କରି ମଉଜ,

ଆରସନ ପାଇଁ ହେବା ଚାତକ।


ଗାଆଁର ଭେଣ୍ଡିଆ ପୁଅ ମାନେ ତ,

ରଜ ତିନିଦିନ ନ ପଡି ବାଦ୍,

ଛଳେଇ ଗାଇବେ ରଜର ଗୀତ,

ଅତର ରେ ବାସନ୍ତି ମହମହ।


ଥଟ୍ଟା,ମଜା କରି ମନ ମଉଜରେ,

ପାଳିବା ରଜକୁ ଆନନ୍ଦ ମନରେ,

ଆସନ୍ତା ବରଷ ରଜ ପାଇଁ ତ,

ଅପେକ୍ଷା କରିବା ନୂଆ ରଜର।


ପ୍ରଣତି ମହାପାତ୍ର।

ବାଲେଶ୍ଵର।


Rate this content
Log in