Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Others

3  

gouranga charan beura

Others

ରଜ ମଉଜ

ରଜ ମଉଜ

1 min
252


ଗଣ ପର୍ବ ରଜ      ଆଣିଛି ମଉଜ

     କୁମାରୀ ମାନଙ୍କ ପାଇଁ,

ଧରଣୀ ହୋଇଛି    ରଜସ୍ୱଳା ନାରୀ

     ପୁରାଣେ ବର୍ଣ୍ଣିତ ଏହି ॥

ଦହନ ଉତ୍ତାରୁ      ବସୁମତୀ ସ୍ନାନ

     ତୁଳନା ନାରୀଙ୍କ ସଂଗେ,

ଜନନୀ କବଚ    ଶସ୍ୟକ୍ଷେତ୍ର ମଂଚ

     ପରବ କେତେ ସରାଗେ ॥

ତ୍ରିଦିବସ ଧରି    ନାନା ବେଶେ ନାରୀ

     ଶୃଂଗାର ରସରେ ସାଜି,

ବିଳାସ ବ୍ୟସନେ     ମଜ୍ଜି ରହିଥାନ୍ତି

     ଗୃହ କରମ ବରଜି  ॥

ବସୁମତୀ ଠାରୁ     ଶିକ୍ଷା ନେଇଥାନ୍ତି

     ରଜସ୍ୱଳା ରଜବତୀ,

ମାନସିକ ସ୍ତରେ     ଜୀବନ ଚକ୍ରରେ

     ସାଜିବେ ନବ ଦମ୍ପତି ॥

ଖୁସିର ଆସରେ    ରହିଣ ବିଭୋରେ

     ଖୁସିରେ ପାଳି ପରବ,

ଦିଆ ନିଆ ଖୁଆ     ଭାବ ଦିଆନିଆ

     ସଂସ୍କୃତିର ବଂଶୋଦ୍ଭବ ॥

ଆଧୁନିକ ରଜେ      ସବୁ ତ ଓଲଟା

     ଦୋଳିରେ ପ୍ରେମ ପୀରତି,

ଯୁବକ ଯୁବତୀ       ଯୁଗଳ ମୁରତି

     ଭୂଲି ଗଲେଣି ସଂସ୍କୃତି ॥

ଫୁଲ ଦୋଳି ଖେଳି    କରୁଛନ୍ତି କେଳି

      ରଂଗୀନ ସପନେ ମଜ୍ଜି,

ରଜସ୍ୱଳା ଗାଥା      ବୁଝନ୍ତି ଅନ୍ୟଥା

      ବିରହ ପ୍ରେମିକ ସାଜି ॥

ଭାବ ଦିଆନିଆ       ଚନ୍ଦ୍ରର ଉଦିଆ

      ମୋବାଇଲି ଫୋଓନରେ,

ବେଲଜିଆଙ୍କର      ବାରବାଟୀ ଚାଷ

      ଫୋଅନ ହ୍ୱାଟ୍ ସପରେ ॥

ତଥାପି ସେ ଗାଥା      ବହିଛି ସଂସ୍କୃତି

      ପାଳନ ହେଉଛି ରଜ,

ଅଧମ ବିତ୍ତରେ        ଧରମର ବିତ୍ତ

      ବାଢେ ପରବ ମୂରୁଜ ॥


Rate this content
Log in