Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Gunanidhi Samal

Others

3  

Gunanidhi Samal

Others

ରଜ କବିତା

ରଜ କବିତା

1 min
11.9K


ତୁମେ ଆସିବ ବୋଲି

ମହକି ଉଠୁଛି ଭିଜା ମାଟିର ଗନ୍ଧ

ଛାଇ ଯାଇଛି ଫୁଲର ମହକ,

କେଉଁ ଦୂର ଅପନ୍ତରା ରୁ

ରହି ରହି ଶୁଭୁଥାଏ କୁମ୍ଭାଟୁଆ ଡାକ ।

ତୁମେ ଆସିବ ବୋଲି

ଚହଳ ପଡିଛି ଆମ ଗାଆଁରେ

ବାଟେଘାଟେ ସବୁଠି ତୋରଣ

ଧାଙ୍ଗଡା ମାନଙ୍କର ବେସୁରା ଗଜଲ

ଧାଙ୍ଗିଡୀ ମାନଙ୍କ ଖିଲି ଖିଲି ହସ,

ଡଙ୍ଗର ସେପାଖୁ ମହକି ଆସୁଛି

କୁରେଇ ଫୁଲର ମନଭୁଲା ହସ ।

ତୁମେ ଆସିବ ବୋଲି

ଘରେଘରେ ପିଠାପଣା

ଗାଆଁ ମୁଣ୍ଡେ ବରଗଛ ଦୋଳି

ଅଗଣାରେ ଝୁଲୁଛି ଝୁଲଣା

ଉଙ୍କିମାରେ ନହୁଲୀ ବୟସୀ

ମନେ ନେଇ କେତେ ଉନ୍ମାଦନା ।


Rate this content
Log in