ରଜ ଆସେ ଧିରେ ଧିରେ
ରଜ ଆସେ ଧିରେ ଧିରେ
1 min
172
ରଜ ଆସେ ଧିରେ ଧିରେ
ପହିଲି ଆଷାଢର କୋମଳ ସ୍ପର୍ଶ ନେଇ
ବୈଶାଖର ତପ୍ତଲୁହାବାଡ ଡେଇଁ,
ତା' ସବୁଜ ସ୍ପର୍ଶେ ଜୀବନ୍ତ ପାଲଟନ୍ତି
ଫଟାମାଟି,ଥୁଣ୍ଟାଗଛ, ଲଣ୍ଡାପାହାଡ,
ଦୁବ-ଲତା-ଘାସ।
ରଜ ଆସେ ଧିରେ ଧିରେ
ରଜ ଦୋଳି ଗୀତର ଲହରେ
କୁଆଁରୀ ମାନଙ୍କ ସାଜସଜ୍ଜାରେ
କେତେ ହସ,ଥଟ୍ଟାମଜା କଥାରେ।
ରଜ ଆସେ ଧିରେ ଧିରେ
ଆରିସା,କାକରା,କ୍ଷୀରି,ପୁରୀ,
ମଣ୍ଡା ପିଠା ମହକରେ
ଲବଙ୍ଗ ମୁଦ ଦିଆ ତ୍ରିଭାଙ୍ଗ,ଚର୍ତୁଭାଙ୍ଗ
ପାନଖିଲିରେ
ବନ୍ଧୁମିଳନର ଅବକାଶେ।
ରଜ କେବଳ ଗାଁ ରେ ସୀମିତ ନୁହେଁ
ଠାଏଁ ଠାଏଁ ବି ଶୋଭାପାଏ ବି ସହରରେ
ଏହି କବିତା ଆସରେ
ଉଙ୍କିମାରେ ସାହିତ୍ୟ ପତ୍ରପତ୍ରିକାରେ
ଅନୁପମ ସଂସ୍କୃତିର ସ୍ବର୍ଣାଭ ସ୍ବାକ୍ଷର ହୋଇ।
