STORYMIRROR

Bhabani charan Mishra

Others

3  

Bhabani charan Mishra

Others

ରିମ୍ ଝିମ୍

ରିମ୍ ଝିମ୍

1 min
13.7K


ରିମ୍ ଝିମ୍ ରିମ୍ ଝିମ୍..

ରୁମ୍ ଝୁମ୍ ରୁମ୍ ଝୁମ୍..

କଳା ମେଘ କଳା କେଶରୁ କଜ୍ଜଳ

କିଏ ବେଶି କଳାଥିଲା..।

ମନେ ମନେ ବସି ଭାବୁ ଭାବୁ

ରିମ୍ ଝିମ୍ କି ବରଷି ଗଲା..??

ମେଘ ତ ଚଞ୍ଚଳ କେଶ ତ କୁନ୍ତଳ

ଆଖି ବି ସଜଳ ଥିଲା..।

ଥମ ଥମ ଏଇ ଶ୍ରାବଣ ପ୍ରଥମ ବିନ୍ଦୁ

କାହୁଁ ବରଷିଲା..??

ମେଘକୁ ପବନ ମନ ଉଦ୍‌ବେଳନ

ସ୍ଥାନ ନିକାଞ୍ଚନ ଥିଲା..।

ଏମିତିରେ ସତେ କେମିତି କହିବି

କିଏ ମୋତେ କନ୍ଦେଇଲା..।

ଚତୁରୀ ଚାତୁରୀ ମାନେ ମନ ମାରି

କିଛି କ’ଣ କହୁଥିଲା..?

ଆଖିରେ ଆଖିଏ ଅକୁହା ଭାଷା ଯେ

ଏଇ ଆସି ଏଇ ଗଲା..।

ଦର ଓଦା ଡର ଲାଜ ତରବର

ବରାବର ଲାଗୁଥିଲା..।

ହାତ ଧରୁଧରୁ ପାଦ ସରୁସରୁ

ପକେଇ ସେ ଚାଲିଗଲା.॥

ସତେ କାନ୍ଦିଦବ ଅବା ଛନ୍ଦିହେବ

ଭାବନାରେ ବାନ୍ଧି ଗଲା..।

କୋହର ଜହର ହୃଦୟେ ମୋହର

ଲୁହରେ ଭିଜେଇ ଗଲା..॥

କବିର କାନରେ କବିତାରୁ ଧାରେ

କହି କିବା କେଣେ ଗଲା..।

ସଜ ଅସହଜ ଦର ଲାଜଲାଜ

ଆଜ ସତେ ଏକି ହେଲା..?

ସହୀର ଅସହ୍ୟ ଆଚରଣ ବାଣ

ସହଜେ କି ସହି ହେଲା..??

*****************

ହା..ହା..ହା..

॥ ଜୟ ଜଗନ୍ନାଥ ॥

bhabani charan mishra

mohana ( gajapati )


Rate this content
Log in