STORYMIRROR

Purnima Sing

Others

3  

Purnima Sing

Others

ରିକ୍ତ ଅତୀତ

ରିକ୍ତ ଅତୀତ

1 min
11.6K

ମୁଁ ରିକ୍ତ ଅତୀତ ର ଯନ୍ତ୍ରଣା ଟିଏ,

   ମୋତେ ଭୁଲିବାକୁ ଚେଷ୍ଟା କର,

ତୁମ ଜୀବନ ରେ ହସ ଟିକିଏ ହୋଇ 

      ଫୁଟି ପାରିଲି ନାହିଁ,

ମୋ ସ୍ମୃତି ର ଶବ କୁ ନିଜ ହାତରେ ଦାହ କରିିଦିିଅ,


ବଞ୍ଚିବାର ନୂତନ ଦିଶା ଦେଖି,

    ଅନେକ ଦୂର କୁ ଚାଲିଯାଅ,

ହୁଏତ ସେହିଠାରେ ମିିିଳିଯିବ ତୁମକୁ ବଞ୍ଚିବାର ରାହା,

  ପଛକୁ ଫେରି ଆଉ ଚାହିଁବ ନାହିଁ,

ଏ ରିକ୍ତ ଅତୀତ ଗୁଡିକ ହୋଇ ଅଛି,

     ଲୁହ ଲହୁ ରେ ଲେଖା।

ସବୁ ପଶ୍ଚାତାପ ଓ ଦୁଃଖ ଯନ୍ତ୍ରଣା ଗୁଡ଼଼ିକ 

        ପିଇ ବଞ୍ଚିିବା କୁ ଚେଷ୍ଟା କର, ଅବଶୋଷ ନିରାଶା ର ମୁଖ ମଣ୍ଡଳ କାହାକୁ ନ ଦେଖାଅ।


ମୁଁ ବୁଝାଇ ଦେଇଛି ମୋ ଅବୁଝା ମନ କୁ,

   ତୁମେ ବି ନିଜ କୁ ବୁଝାଇ ଦିଅ,

ଭାଗ୍ୟ ଆମର ଅମରାବତୀ ର ସ୍ବପ୍ନ,

 କେମିତି ଏକାଠି ହେବ କୁହ‌?।


ସବୁ କିଛି ସତ୍ତ୍ୱେ ବି ସମୟ ର ସ୍ରୋତ ରେ 

ହାତ ଧରି ଭୀଷ୍ମ ପ୍ରତିଜ୍ଞାବଦ୍ଧ ହୋଇ

 ମନ ର ସୀମାନ୍ତ ଛାଡି ଚାଲି ଯାଅ,

  ଅନେକ ଏତେ ଯେ ଦୂର ,

ହୃଦୟେ କରି ନୂତନ ପ୍ରେମ ସିିକ୍ତ

କେବେ ଛୁଇଁ ପାରିବନାହିଁ ଏହି ରୀକ୍ତ ଅତୀତ 


Rate this content
Log in