ରହସ୍ୟ
ରହସ୍ୟ
ବିଚିତ୍ର ଏ ସ୍ରୃଷ୍ଟି ର ରହସ୍ୟ !
କିଏ କହିବ ,
କେଉଁଠି ଆରମ୍ଭ ଅବା କେଉଁଠି ତା'ର ଶେଷ !
କିଏ ତିଆରିଛି ସମୁଦ୍ର,କିଏ ବା ଗଢ଼ିଛି ଆକାଶ।
ଋତୁଚକ୍ର ର ଆବର୍ତ୍ତକ କିଏ,
କିଏସେ ପବନ ପ୍ରବାହ ର ନିୟନ୍ତ୍ରକ?
ଗଛ ଆଗ ନା ମଂଜି ଆଗ, କିଏସେ ଫୁଟାଏ ଫୁଲ?
କାହା ଆଦେଶ ରେ,
ଆଗ୍ନେୟଗିରି ରୁ ଖସିପଡ଼େ ନିଆଁ ଝୁଲ ?
ଜାଣିଛକି କିଏ ଜୀବନ ଓ ମୃତ୍ୟୁ ର ରହସ୍ୟ ?
ଭାରି ବିଚିତ୍ର ବିସ୍ମୟକର ସ୍ରୃଷ୍ଟିର ଏ ରହସ୍ୟ !
କିଏ ତିଆରିଛି ? କାହିଁକି ବା ?
ଏ ଗ୍ରହ ନକ୍ଷତ୍ର ଓ ଅସଂଖ୍ୟ ତାରାପୁଂଜ ?
ଅକଳନ୍ତି ଉଦ୍ଭାବନ ଓ ଆବିଷ୍କାର ସତ୍ତ୍ୱେ,
ସ୍ରୁଷ୍ଟିର ରହସ୍ୟ କିନ୍ତୁ ସନ୍ଦେହ ର ଘେରରେ ।।
ରହସ୍ୟବାଦୀର ଅସୁମାରୀ ଉଦ୍ଘାଟନ ପରେ ବି,
ସେଇ ସର୍ବଶକ୍ତିମାନ୍ ଏ ଯାବତ୍,
ଅରୂପ , ଅବର୍ଣ୍ଣନୀୟ, ଓ ନିରାକାର।।
କୋଟି ପ୍ରଣାମ ସେଇ ଅଦ୍ରୃଶ୍ୟ ସତ୍ତାଙ୍କୁ,
ଯାହାଙ୍କର ଇସାରାରେ ଚାଲିଛି ଏହି
ବିରାଟ ସ୍ରୃଷ୍ଟି ର ପ୍ରତ୍ୟେକ କଣିକା !!