STORYMIRROR

subrat kumar jena

Others

3  

subrat kumar jena

Others

ରହିଯା ଟିକେ ଜୀବନ

ରହିଯା ଟିକେ ଜୀବନ

1 min
207

କାହିଁ ଏତେ ତର ତର ପ୍ରସ୍ଥାନ କରିବାକୁ ରାଗ ରୁଷାରେ

ଦଣ୍ଡେ ଘଡ଼ିଏ ବିଳମ୍ବ ହୋଇଗଲେ ,

ସେମିତି କିଛି ବେଦ ଅସୁଧି ହେବ ନାହିଁ।

ତୁ କଣ ଆସିଥିଲୁ ଏମିତିରେ ଛୁପି ଛୁପି

ଟିକେ ମନେ ପକା ସେ ଦିନ ଆଉ ଘଟଣାକୁ

କେତେ ଦୌଡ଼ କସରତ ଆଉ କେତେ ଖୁସିର ମାହୋଲ

ତୁବି କୋଉ କମ କି କେତେ ଜୋରରେ କାନ୍ଦୁଥିଲୁ

ବୁଝି ହେଉନଥିଲା ତୋତେ କି ତୋର ଭାବକୁ

ଅଳ୍ପ କିଛି ଦିନ ଭିତରେ ବାନ୍ଧି ନେଇଥିଲୁ ସଭିଙ୍କୁ ସ୍ନେହର ଡୋରୀରେ

ଖୁବ ମଜା କଲୁ ଖୁବ ଆନନ୍ଦରେ କାଟିଲୁ

ହଁ କାହା କ୍ଷେତ୍ରରେ ସମୟ ଥିଲା ଦୁଃଖର ତାଡନାର ଲାଂଚ୍ଛନାର

କୋଉଠି ଥିଲା ନରମ ଗାଦିର ଶେଜ

କୋଉଠି ଥିଲା ଛିଣ୍ଡା ଲୁଗାପଟାର ଆବରଣ

କିଏ ଆସିଥିଲା ମହାଆନନ୍ଦ ନେଇ ଆଲୁଅ ରୋଷଣୀରେ

କିଏ ଆସିଥିଲା ତୋ ମାଧ୍ୟମରେ କିଆ ବୁଦା ଅବା ଅଳିଆ ଡବାରୁ

ଜଣା ନଥିଲା ହେ ଜୀବନ ଭୁଲ କାହାର

ଜୀବନର ନା ଜୀବନଦାତ୍ରୀର ଅବା ପରିସ୍ଥିତିର

ତଥାପି ତୁ କ୍ରମେ କ୍ରମବର୍ଦ୍ଧିଷ୍ଣୁ ହେଲୁ ଭାଗ୍ୟକୁ ସାହାରା କରି

ଏତେ ଝଡ଼ ଝଞ୍ଜା ପରେ ଆଜି ହଠାତ ଚେଷ୍ଟାକରୁଛୁ

ଖସିଯିବାକୁ ଏତେ ସହଜରେ ହାତ ମୁଠାରୁ

କଣ ଲାଗି ଏ ବ୍ୟସ୍ତତା?

ଆଉ କିଛି କ୍ଷଣ ସମୟ ତୁ ଦେ କିଛି ଅଧା କାମକୁ ପୁରାକରିବାକୁ

ଯିବୁତ ନିଶ୍ଚୟ ,କିଏ ଯେ ଅଟକାଇବ ତୋତେ

ତୁ ଯିବୁ ସାଥିରେ ମୋତେ ବି ନେବୁ ଆଉ ମୋ ପରେ ଜଣ ଜଣ

ସୂର୍ଯ୍ୟଟା ବୁଡିବ ବୋଲି କଣ ରଶ୍ମି ଦେବା ବନ୍ଦ କରିଦେବ

ତୁ କହ ତ ଏମିତିରେ କଣ ସଂସାର ଚାଲିବ

ଶୁଣ କିଛି ତୁମର ହିଁ ହେବ ଆଉ କିଛି ମୋର ବି

ଏମିତିରେ ତ ଗତିମାନ ଏ ପୃଥିବୀରେ ଚନ୍ଦ୍ର ତାରା ଆଉ କେତେ କଣ

ଏ ଜୀବନ ଟିକେ ବୁଝିବାକୁ ଚେଷ୍ଟାକର ମୋ ଭାବନାକୁ

ଅନ୍ତତଃ ମୋ ଲାଗି ଟିକେ ବଦଳାଇ ଦେ ତୋ ଅଲିଭା ନିୟମ।


Rate this content
Log in