STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ରହିଗଲା ସ୍ମୃତି ହୋଇ

ରହିଗଲା ସ୍ମୃତି ହୋଇ

1 min
245


ମନେପଡେ ତାରୁଣ୍ୟରେ ମାଧବୀ ଫୁଲର

ସଉରଭ ଚୋରିକରି ଚଇତି ସମୀର

ମଧୁର ଶବଦେ ଗୀତ ବସନ୍ତ ଦୂତର

କାକର ପଖଳା ସଜଳ ସକାଳ

କରିଥିଲା ସହୀ ବିହ୍ଵଳ ।।


ନନ୍ଦନ ବନ ଅଲଭ୍ୟ ପାରିଜାତ ଫୁଲ

ଜୀବନ ଜଞ୍ଜାଳ ଜଳେ ନାବ ସମ ତୁଲ

ସଂସାରେ ସତ୍ୟ ସାରଣୀ ତୁମେ ଦେଖାଇଲ

ଚଲାପଥ ତୁମେ ସୁଗମ କରିଲ

ସେ ସବୁ ଅଭୁଲା ସ୍ମୃତିର ।।


ସେଦିନ ପ୍ରଭାତ ଅରୁଣ କିରଣ ରଶ୍ମି

ପରସେ ଝଲସି ଯାଇଥିଲା ଚନ୍ଦ୍ରାନନୀ

ଢଳ ଢଳ ନିଟୋଳ ପ୍ରୀୟା ନୀଳ ନୟନୀ

ଚୂର୍ଣ୍ଣ କଳା କୁନ୍ତଳା ଚଞ୍ଚଳା ବାଳା

(ସେ) ସେଦିନର ବନ ହରିଣୀ ।।


ଚଞ୍ଚଳ ଚପଳ ସତେ କି ମରାଳ ଗତି

ମନ ରାଇଜର ଶାସକ ସେ ମହା ମନ୍ତ୍ରୀ

ଥିଲା ଯିଏ, ଆଜି ମନ ଅଇନାର ସ୍ମୃତି

ସେଦିନ ର ସେହି ଅଭୁଲା ମୂରତି

(ୟେତ)ଅନେକ ଦିନର କାହାଣୀ ।।


ସାତ ସାଇତା ସେ ଜୀବନ ଗପର ବହି

ସ୍ମୃତିରେ ସାଇତି ରଖିଅଛି ଥିବ ରହି

ସେ ସ୍ମୃତି ବିଲିନ ହେବ ଜଳିଲେ ମୋ ଜୁଇ

ତଥାପି ଜଳିବ ୟେ ପ୍ରେମ ଦୀପାଳୀ

ରେ ଯୁଗ ଯୁଗାନ୍ତର ପାଇଁ ।।


ସହୀ ଏ ବନ୍ଧନ ପରା ଜନ୍ମ ଜନ୍ମାନ୍ତର

ତାରୁଣ୍ୟ ଜୀବନେ ପୂଣ୍ୟ ପ୍ରଣୟ ପ୍ରେମର

ଅଭୁଲା ଅମୀୟ ଚିତ୍ର ବିଗତ ଦିନର

ହୃଦୟର କଳାପଟାରେ ସେ ଚିତ୍ର

ଚିତ୍ରିତ ସୁବର୍ଣ୍ଣ ଅକ୍ଷର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍