STORYMIRROR

Jagabandhu Sahu

Others

2  

Jagabandhu Sahu

Others

ରହିଛି ତୋ ବାଟ ଚାହିଁ

ରହିଛି ତୋ ବାଟ ଚାହିଁ

1 min
416


ପ୍ରଥମ ଦେଖାରେ ମନ କିଣି ନେଲ

ହୃଦୟରେ ଦେଲ ସ୍ଥାନ

ସେଇ ଦିନ ଠାରୁ ହୃଦୟ କାନ୍ଥରେ

ଲେଖା ଯେ ତୁମରି ନାମ


ଗୋଲାପି ପାଖୁଡା ଓଠ ଯେ ତୁମର

ଆଖି ପୁଣି ନୀଳକଇଁ

ପାଗଳ କରୁଚ ମୋତେ ଗୋ ସଜନୀ

କଣେଇଁ କଣେଇଁ ଚାହିଁ


କଳା ମେଘ ସମ କେଶ ଯେ ତୁମର

ଗଜରାବି ଲୋଡା ନାହିଁ

କେବେ ଗୋ ଆସିବ ମୋ ଘରକୁ କୁହ

ରହିଛି ମୁଁ ବାଟ ଚାହିଁ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍