STORYMIRROR

jagabandhu sahu

Others

3  

jagabandhu sahu

Others

ରହିଛି ତୋ ବାଟ ଚାହିଁ

ରହିଛି ତୋ ବାଟ ଚାହିଁ

1 min
363

ଓଢଣୀ ଫାଙ୍କରେ ଚାହିଁ ଦେଉ ଯେବେ

     ହୃଦୟ ଚହଲି ଯାଏ

ତୋ ରୂପ ଲାବଣ୍ୟ ଦେଖି ମୋର ମନ

    ଗୁଣୁ ଗୁଣୁ ଗୀତ ଗାଏ

ଝିଲି ମିଲି ଆଖି  ମିଟି ମିଟି କରି

    କହି ଦେଉ କେତେ କଥା

ତୋ ଇସାରା ସବୁ ବୁଝେ ମନ ମୋର

    ଭୁଲେ ହୃଦୟର ବ୍ଯଥା

ଗୋଲାପ ପାଖୁଡା ପରି ତୋ ଓଠରେ

     ମୁରୁକି ମୁରୁକି ହସୁ

କେଉଁ କାରିଗର ଗଢିଛି ତୋତେ ଲୋ

    ମହ ମହ ଖାଲି ବାସୁ

କଳା ମେଘ ପରି କେଶ ଯେ ତୋହରି

   ଗଜରା ବି ଲୋଡା ନାହିଁ

କେବେ ତୁ ଆସିବୁ  ସାଜି ହୃଦରାଣୀ

    ରହିଛି ତୋ ବାଟ ଚାହିଁ ।


Rate this content
Log in