STORYMIRROR

Suresh chandra Padhy

Others

3  

Suresh chandra Padhy

Others

ରଘୁପତି

ରଘୁପତି

1 min
784


ଜୟ ଜୟ ରଘୁପତି ,ଜୟ ରଘୁ ନନ୍ଦନ

ଜୟ ହେ ସୀତାକାନ୍ତ ଘେନ ହେ ବନ୍ଦନ(୧)

ଜାଣି ନାହିଁ ପୂଜା ମନ୍ତ୍ର ନ ଜାଣଇ କିଛି

ମନ ମନ୍ଦିରରେ ରହିବ କି ନୀତି

ସଞ୍ଜ ସକାଳେ ନାମ ଜପୁଛି ବସି

ନୟନ ଦେଖିବ କି ମନ ଲୋଭା ମୁରତି

ଜୟ ଜୟ ରାଘବ ହେ କୌଶଲ୍ୟା ନନ୍ଦନ

ଭକ୍ତ ଭାବଗ୍ରାହି ରାଜୀବ ଲୋଚନ(୨)

ଜାଣି ନାହିଁ ଜ୍ଞାନ ,ଜାଣି ନାହିଁ ଧ୍ୟାନ

ପାପ ପୂଣ୍ୟ ନ ଜାଣଇ ମୋର ଏଇ ମନ

କାହାକୁ କରିବି ସଂସାରେ ନିଜର

ତୁମେ ଯଦି ମୋର ମୁଁ ଏକା ତୁମର

ଜୟ ଜୟ ରାମ ଦଶରଥ ନନ୍ଦନ

ଦୁଃଖ ନାଶନ ହେ ପତିତପାବନ(୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍