STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ରଘୁବୀର ଚାଳିଶା

ରଘୁବୀର ଚାଳିଶା

2 mins
27.5K


ଜୟ ସିୟାରାମ ବୋଲ ଜୟ ସିୟାରାମ

ଜୟ ହନୁମାନ ବୋଲ ଜୟ ସିୟାରାମ ।

ଇଖ୍ୱାକୁ ବଂଶ ସମ୍ଭୁତ ସୂର୍ଯ୍ୟବଂଶୀ ରାମ

ଜାତ ଯହିଁ ଅଜ ରଘୁ ମାନଧାତା ରାମ ।

ଶାନ୍ତା କନ୍ୟା ଥାଇ ଅପୁତ୍ରିକ ହେତୁ ରାମ

ଦଶରଥ ଆମନ୍ତ୍ରିଲେ ଋଷ୍ୟଶୃଙ୍ଗ ରାମ ।

ପୁତ୍ରେଷ୍ଠି ଯଗ୍ୟଁରୁ ଜାତ ଚାରି ଭାଇ ରାମ

ଭରତ ସତୃଘ୍ନ ଲଇକ୍ଷଣ ଅଭିରାମ ।

କୌଶଲ୍ୟା ପରାଣଧନ ବିଶାଳାକ୍ଷ ରାମ

କୈକେୟୀ ସୁମିତ୍ରା ମାତା ନେତ୍ରମଣି ରାମ।

ବାଳଲୀଳା ଚଂଚଳ ସୁଦର୍ଶନ ରାମ

ଅଯୋଧ୍ୟା ପ୍ରଜାକୁଳର ମଣ୍ଡନ ରାମ ।

ଅଯୋଧ୍ୟା ରାଇଜେ ଆସି ବିଶ୍ୱାମିତ୍ର ରାମ

ସାଥେ ଘେନି ଚାରିଭାଇ ବନାଗମ ରାମ ।

ଖର ଦୁଷଣ ତ୍ରିଶିରା ଅନ୍ତକାରୀ ରାମ

ତାଡକାକୁ ପଠାଇଲେ ଯମପୁରୀ ରାମ ।

ଅସୁରକୁଳ ବିନାଶୀ ହରଷିତ ରାମ

ଋଷିକୁଳ ତନୁମନ ପୁଲକିତ ରାମ।

ପଦରଜେ ଅହଲ୍ୟାଙ୍କୁ ଉଦ୍ଧାରିଲ ରାମ

ନାବିକ ପଦଧଉତ ଗଂଗାପାର ରାମ ।

ଜନକପୁରରେ ବିଶ୍ୱାମିତ୍ର ସାଥେ ରାମ

ଭୂମିସୁତା ସ୍ୱୟମ୍ବରେ ଆଗମନ ରାମ ।

ମିଥିଳାରେ ଶିବଧନୁ ଭଙ୍ଗକରି ରାମ

ସୀତା ସହ ପରିଣୟ ସମାପନ ରାମ ।

ପର୍ଶୁରାମ କୋପଭରେ ପ୍ରକଂପିତ ରାମ

ରାମବାଣେ ଅବତାର ସମାପନ ରାମ ।

ବଶିଷ୍ଠ ଆଦେଶେ ରାଜ୍ୟ ଅଭିଷେକ ରାମ

ମନ୍ଥରା ମନ୍ତ୍ରଣା କଲା ପଥରୋଧ ରାମ ।

ପିତୃସତ୍ୟ ପାଳନଟି ଶିରୋଧାର୍ଯ୍ୟ ରାମ

ସୀତା ଲଇକ୍ଷଣ ସାଥେ ବନାଗମ ରାମ ।

ଭାତୃଭକତ ଭରତ ରାଜ୍ୟ ତେଜି ରାମ

ପାଦୁକା ପୁଜନ କଲେ ନନ୍ଦିଗ୍ରାମେ ରାମ ।

ଦଣ୍ଡକ ବନରେ ରଚି ପର୍ଣ କୁଟି ରାମ

ଯତିମତି ଫଳାହାର ତୃଣଶଯ୍ୟା ରାମ ।

ସୁପର୍ଣଖା ନାଶାକର୍ଣ ଛେଦକରି ରାମ

ସୁବାହୁକୁ ଯମପୁର ପଠାଇଲେ ରାମ ।

ସୁବର୍ଣ ମିରିଗ ଲୋଭ ଦେଖାଇଣ ରାମ

ଲଙ୍କ ରାବଣ ହରିଲା ବଇଦେହୀ ରାମ ।

ଶବରୀ ମାତାଙ୍କ ଫଳ ସୁଖେ ଭୁଂଜି ରାମ

ମାରୁତି ସୁଗ୍ରୀବ ଭେଟ ଋଷ୍ୟମୁକେ ରାମ ।

ମହାବଳୀ କପି ବାଳୀ ବଧ କରି ରାମ

ସୁଗ୍ରୀବେ କିସ୍କିନ୍ଧ୍ୟା ରାଜ୍ୟ ପରଦାନ ରାମ ।

ହନୁମାନ ସିନ୍ଧୁ ଲଂଘି ଲଂକାପୁରେ ରାମ

ଅଶୋକ ବନରେ କଲେ ସୀତା ଠାବ ରାମ।

ନଳ ନୀଳ ଜାମ୍ବବାନ ଋକ୍ଷକପି ରାମ

ସିନ୍ଧୁପରେ ସେତୁ ବନ୍ଧ ବନ୍ଧାଇଲେ ରାମ।

ଅଙ୍ଗଦେ ପେଶିଲେ ଶାନ୍ତିଦୂତ ରୂପେ ରାମ

ରାବଣ ଦୁର୍ମତି ହେଲା ଯୁଦ୍ଧମତି ରାମ ।

ସମର ଭୂମି ହୋଇଲା ଲଙ୍କଭୂମି ରାମ

ରାମ ଶରଣରେ ଗଲେ ବିଭୀଷଣ ରାମ ।

ଦୁରମତି ଇନ୍ଦ୍ରଜିତ କୁମ୍ଭକର୍ଣ ରାମ

ଅଚିରେ ଗମନ କଲେ ଯମପୁରୀ ରାମ।

ପୁତ୍ର ନାତି ହତ ଦେଖି ଲଙ୍କପତି ରାମ

ରୋଷଭରେ ନିକୁମ୍ଭିଲା ଯଗ୍ୟଁ କଲା ରାମ।

ଧରମ ବଳରେ ବଳୀୟାନ ଯେଉଁ ରାମ

ବ୍ରହ୍ମଶରେ କଲେ ହତ ଦଶାନନ ରାମ ।

ବିଭୀଷଣେ ଲଙ୍କାଶିରୀ ପରଦାନ ରାମ

ପୁଷ୍ପକେ ଅଯୋଧ୍ୟା କଲେ ଆଗମନ ରାମ ।

ଭରତ ହରଷ ହେଲେ ସିଂହାସନେ ରାମ

ରାମରାଜ୍ୟ ପରଜାଙ୍କୁ ସୁଖେ ପାଳି ରାମ ।

ସୀତାସତୀ ଗଲେ ବନବାସ ଯୋଗ ରାମ

ବାଲ୍ମିକୀ ଆଶ୍ରମେ ହେଲେ ଅଶ୍ରିତ ରାମ ।

ଜମଜ ଜନମ ହେଲେ ଲବକୁଶ ରାମ

ମହାବଳୀ ଅଶ୍ୱମେଧ ଅଶ୍ୱ ହରି ରାମ ।

ରାମପକ୍ଷ ହେଲେ ଯୁଦ୍ଧେ ପରାହତ ରାମ

ପିତୃ ପରିଚୟ ପାଇ ବେନିଭ୍ରାତା ରାମ ।

ବାଲମିକୀ ବିରଚିତ ରାମାୟଣ ରାମ

ଗାନକଲେ ଲବକୁଶ ହରଷିତ ରାମ ।

ବନବାସ ଯାତନାରେ ଜର୍ଜରିତ ରାମ

ସୀତା ତେଜି ଜୀବନର ମୋହ ମାୟା ରାମ ।

କନ୍ୟା ଦୁଃଖେ ଭୂମିହେଲା ଦୁଇଫାଳ ରାମ

ସୀତାମାତା ହେଲେ ଭୂମି ଆଶ୍ରିତା ରାମ ।

ଆଦରଶ ଲାଗି ଧରା ଆଗମନ ରାମ

ଧରମ ସୁରକ୍ଷା ଲାଗି ଜାତ ସେହି ରାମ ।

ଲବକୁଶେ ରାଜ୍ୟଭାର ସଂପ୍ରଦାନ ରାମ

ସରଜୁ ନଦୀରେ ସ୍ୱର୍ଗେ ଗତିକଲେ ରାମ ।

ରାମତାରକ ମନ୍ତ୍ରଟି ପୁଣ୍ୟଦାୟୀ ରାମ

ଅମର ହୋଇଲେ ଶିବ ଜପକରି ରାମ ।

ଜୟ ଶିୟା ରାମ ବୋଲ ଜୟ ଶିୟା ରାମ

ଗୀତେ କହେ ବିଶ୍ୱେଶ୍ୱର ଜୟ ଶିୟା ରାମ ।


Rate this content
Log in