STORYMIRROR

Narayan chandra Senapati

Others

3  

Narayan chandra Senapati

Others

ରେ ଶାନ୍ତି

ରେ ଶାନ୍ତି

1 min
203


ରେ ଶାନ୍ତି....

ମାନସୀ କନ୍ୟା ମନୋହର କପୋତକୁ କର୍ଣ୍ଣମନ୍ତ୍ର ଦେଇ

ଛାଡ଼ିଦେଉ ଯେବେ ଧରିତ୍ରୀ ମା କୋଳକୁ

ସରାଗରେ ଆବାହନ କରେ ସ୍ନେହ,ପ୍ରେମ ଓ ଶ୍ରଦ୍ଧାକୁ

ହୃଦୟାଟା ପୁଲକିତ ହୁଏ ଆନନ୍ଦର ପୁଲକିତ ମହକରେ

ଅପୂର୍ବ ସୁଷମାର ସମ୍ଭାର ମୁରୁକିହସେ

ନିମିଷକେ ସୃଷ୍ଟିକରେ

ମମତାର ରାମରାଜ୍ୟ।


ରେ ଶାନ୍ତି...

ଶାଣିତ ତରବାରୀକୁ ଯେବେ ପ୍ରେରଣ କରୁ

କରିବାକୁ ବୀରତ୍ୱର ଯୁଦ୍ଧ

ଶତ୍ରୁର ଆତ୍ମବଡିମା ଶୀତନିଦ୍ରା ଯାଏ

ଗର୍ବ ଅହଂକାରର ପାହାଡ଼ଟା ଭାଙ୍ଗି ଚୁରମାର ହୋଇଯାଏ

ସରଳ ନିରୀହ ପ୍ରାଣରେ ସଂଚରିତ ହୁଏ ପ୍ରାଣ

ସିଦ୍ଧାନ୍ତଟା ଆସ୍ଫାଳନ କରି କହେ

ଯଦି ଶାନ୍ତି ଚାହୁଁ..

ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍