STORYMIRROR

Nihar Ranjan Acharya

Others

4  

Nihar Ranjan Acharya

Others

ରେ କଳା ଠାକୁର

ରେ କଳା ଠାକୁର

1 min
409

ଓଢ଼େଇ ହୋଇ ମୁଁ ପାପର ଚାଦର 

କେମିତି ଯିବି ତୋ' ଶିରୀମନ୍ଦିର 

ରେ କଳା ଠାକୁର 

ରେ କଳା ଠାକୁର । 


ଧରମ ନିକିତି ଧରି ତୁ ବସିଛୁ 

ହିସାବ କରିବୁ ମୋ' ପାପ-ପୂଣ୍ଯର 

ରେ କଳା ଠାକୁର 

ରେ କଳା ଠାକୁର । 


କରି କରାଉଛୁ ତୁହି 

ତୋ' ବିନୁ ଆନ ଗତି ନାହିଁ 

କହରେ କାଳିଆ ତୁହି 

ମୋ' ପାଇଁ ତୋ'ର 

ଇଏ କି ବିଚାର 

ରେ କଳା ଠାକୁର 

ରେ କଳା ଠାକୁର । 


ଧରମ ଦାଣ୍ଡରେ ପାପ ଆଖି ମୋର 

ଖୋଜି ବୁଲେ ନିତି ଅଧର୍ମ ଦ୍ବାର 

ରେ କଳା ଠାକୁର 

ରେ କଳା ଠାକୁର । 


ବୁଝାଇଲେ ଯେତେ ମୁହିଁ 

ବୁଝୁନି ଏ ମନ ମୋର 

ସବୁବେଳେ ଖୋଜି ହୁଏ 

ନରକ ଦ୍ବାର 

ରେ କଳା ଠାକୁର 

ରେ କଳା ଠାକୁର । 


କରୁଣା ନହେଲେ ତୋ'ର 

ନରହୁ ମୋର ଉପର 

ପାପି ବୋଲି କେବେ ମୋତେ 

କରିବୁନି ହତାଦର 

ରେ କଳା ଠାକୁର 

ରେ କଳା ଠାକୁର ।


Rate this content
Log in